କୁକୁଡାଖଣ୍ଡି,୩।୧୨:(ଡି.ଏଚ/ଈ.ରଞ୍ଜନ ):ସଦର ଥାନା ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ସାମାନ୍ୟ କଥାକୁ ନେଇ ଜଣେ ମଦ ବ୍ୟବସାୟୀଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଜଗଦଳପୁର ଗ୍ରାମର ପଞ୍ଚାନନ ସାହୁ(ପଞ୍ଚୁ) ଦୀର୍ଘ ଦିନ ଧରି ଜଗଦଳପୁର ଗ୍ରାମରେ ମଦ ବ୍ୟବସାୟ କରିଆସୁଛନ୍ତି l କୌଣସି କାର୍ଯ୍ୟକୁ ନେଇ ସେ ଜଗଦଳପୁର ଠାକୁରାଣୀ ମନ୍ଦିର ନିକଟରେ ଛିଡ଼ା ହୋଇଥିଲେ lଏହି ସମୟରେ ଜଗଦଳପୁର ଗ୍ରାମର ସୀମାଞ୍ଚଳ ପାତ୍ର ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତି ମଦଦୋକାନ ନିକଟବର୍ତ୍ତୀ ଅଂଚଳରେ ତାଙ୍କ ଚାଖଣା ଦୋକାନରେ ଦୈନିକ ଚାଖଣା(ଫାଷ୍ଟ ଫୁଡ) ସାମଗ୍ରୀ ବିକ୍ରି କରିଥାନ୍ତି । ଏଥି ଯୋଗୁଁ କୌଣସି ଏକ କାରଣକୁ ନେଇ ସାମାନ୍ୟ ବଚସା ହୋଇଥିଲା l ଏଥିରେ ସୀମାଞ୍ଚଳ ଉତକ୍ଷିପ୍ତ ହୋଇ ପଞ୍ଚୁ ସାହୁଙ୍କ ମୁହଁକୁ ଦୁଇ ମୁଥ ମାରିଥିଲେ ଯାହା ଫଳରେ ପଞ୍ଚୁଙ୍କ ମୁହଁରୁ ରକ୍ତ ସ୍ରାବ ହୋଇଥିଲା l ଯାହା ଫଳରେ ସେ ଆହତ ହୋଇଥିଲେ lଏହି ଘଟଣା ବିଷୟରେ ପଞ୍ଚୁ ନିମଖଣ୍ଡି ଫାଣ୍ଡିରେ ଏତଲା ଦେଇଥିଲେ l ଏହି ଅଭିଯୋଗ ପାଇବା ପରେ ନିମଖଣ୍ଡି ଫାଣ୍ଡି ଅଧିକାରୀ ଆହତ ପଞ୍ଚୁକୁ ଚିକିତ୍ସା ନିମନ୍ତେ ମେଡିକାଲକୁ ପଠେଇବା ସହ ଥାନରେ ୩୩୨/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା ଫାଣ୍ଡି ଅଧିକାରୀ ଧୋବା ସ୍ବାଇଁ ସୂଚନା ଦେଇଛନ୍ତି।

















