ବ୍ରହ୍ମପୁର,୩।୧୨:(.ଏସଡ଼ି ପି ଆରଓ ) : ସହରରେ ବିଭିନ୍ନ ରାଜସ୍ବ ବିଭାଗ ଦ୍ୱାରା ସହର ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ତହସିଲ ଅଧୀନରେ ସ୍ଥିରକୃତ ହଇଥିବା ପଟ୍ଟା ତଥା ଗ୍ରାମକଣ୍ଠ, ପରମ୍ବକ, ୱେ ବନ୍ଦବସ୍ତ, ଏବଂ ବସୁନ୍ଧରା ଯୋଜନାରେ ଯେଉଁ ହିତାଧିକାରୀ ଉପକୃତ ହଇଛନ୍ତି l ତାହାର ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରି ନିକଟସ୍ଥ ତହସିଲ କାର୍ଯ୍ୟାଳୟ କିମ୍ବା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନଚେତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଅଙ୍ଗନବାଡି କେନ୍ଦ୍ରରେ ଲାଗିଅଛି l ଏଣୁ ସମସ୍ତ ରୟତି ମାନଂକୁ ଅବଗତ ଏହା ଯେ ଆସନ୍ତା ଡିସେମ୍ବର 04 ତାରିଖରେ ପୂର୍ବାହ୍ନ ୯ ଘଣ୍ଟା ସମୟରେ ବ୍ରହ୍ମପୁର ଖଲିକୋଟ କଲେଜ ଖେଳ ପଡିଆ ଠାରେ ଏହି କାର୍ଯ୍ୟକ୍ରମ ରାଜସ୍ବ ବିଭାଗ ଦ୍ୱାରା ଅନୁଷ୍ଠିତ ହେବ, ଏଥିରେ ବାଚସ୍ପତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ l ଆପଣଙ୍କ ନିଜ ନିଜର ସତ୍ୱ ତଥ୍ୟ ଗ୍ରହଣ କରିବା ନିମନ୍ତେ ଅନୁରୋଧ l


















