ହିଞ୍ଜିଳିକାଟୁ,୩।୧୨:(ଡି.ଏଚ/ଶେଷଦେବ ସାହୁ): ସ୍ଥାନୀୟ ବ୍ଳକ ବୁରୁପୋଡ଼ା ପଂଚାୟତ ଶ୍ୟାମଳାଇ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟିର ଏକ ସାଙ୍ଗଠନିକ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ବିଜେପି ଘୁମୁସର ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବା ପାଇଁ ଦଳୀୟ କାର୍ଯ୍ୟକର୍ତା ମାନେ ସଂକଳ୍ପ ଗ୍ରହଣ କରିଥିଲେ । ଆଗାମୀ ପୌର ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ବୁଥ ସ୍ତରରେ ନିର୍ବାଚନ ସାରି ସର୍ବସମ୍ମତି କ୍ରମେ ମଣ୍ଡଳ ସଭାପତି ଓ ଜିଲ୍ଲା ପ୍ରତିନିଧି ଚୟନ କରାଯାଇଥିଲା । ଜିଲ୍ଲା ପ୍ରତିନିଧି ଭାବେ ଗୋପାଳ କୃଷ୍ଣ ପଣ୍ଡା, ହିଂଜିଳିକାଟୁ ନଗର ମଣ୍ଡଳ ସଭାପତି ଭାବେ ସନ୍ତୋଷ କୁମାର ପାଣିଗ୍ରାହୀ, ସିକିରି ମଣ୍ଡଳ ସଭାପତି ଭାବେ ରଶ୍ମିତା ବେହେରା, ଗଣ୍ଡଳାର ଉମାକାନ୍ତ ପାଢି ଓ ପ୍ରତିନିଧି ତ୍ରିଲୋଚନ ତ୍ରିପାଠି, କଂଚୁରୁର ରାମକୃଷ୍ଣ ମହାନ୍ତି ଓ ପ୍ରତିନିଧି ବିକାଶ ମହାନ୍ତି, ଶେରଗଡ଼ର ରାମକୃଷ୍ଣ ପାତ୍ର ଓ ପ୍ରତିନିଧି ସୁଶାନ୍ତ ସେଠି, ଧବଳପୁରର ପଂଚାନନ ଡ଼ାକୁଆ ଓ ପ୍ରତିନିଧି ବି. ଜଗନ୍ନାଥ ପାତ୍ର, ପିତଳର ନୟନ କୁମାର ମଳିକ ଓ ପ୍ରତିନିଧି ପୁରୁଷୋତମ ସ୍ୱାଇଁଙ୍କୁ ମନୋନିତ କରାଯାଇଥିଲା । ମନୋନିତ ମଣ୍ଡଳ ସଭାପତି ଓ ପ୍ରତିନିଧି ମାନେ ପରିଶେଷରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାନନ୍ଦ ମହାପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାର୍ଯ୍ୟକ୍ରମରେ ନଗର ସଭାପତି ମାଧବ ଗୌଡ଼, ହିଂଜିଳି ବିଧାନସଭା କ୍ଷେତ୍ର ନେତା ଶିଶିର କୁମାର ମିଶ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତା ଓ ଦଳର ବହୁ ସଭ୍ୟ ଉପସ୍ଥିତ ଥିଲେ ।

















