Saturday, November 21, 2026
ADVERTISEMENT
Home ଆଞ୍ଚଳିକ ୧୭ତମ ଅନ୍ତଃର୍ଜାତୀୟ କରାଟେ ପ୍ରତିଯୋଗିତାରେ ପଦକ ବିଜେତା : ଶ୍ରୀଧର ଓ ଆଦିତ୍ୟଙ୍କୁ ସମ୍ବର୍ଦ୍ଧିତ କଲେ...

୧୭ତମ ଅନ୍ତଃର୍ଜାତୀୟ କରାଟେ ପ୍ରତିଯୋଗିତାରେ ପଦକ ବିଜେତା : ଶ୍ରୀଧର ଓ ଆଦିତ୍ୟଙ୍କୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମପୁର ବିଧାୟକ

258
ADVERTISEMENT

ବ୍ରହ୍ମପୁର,୩।୧୨(ଡି.ଏଚ/ଇ.ରଞ୍ଜନ ) : ବିଶାଖାପାଟଣା ସ୍ଥିତ ସର୍ବଭାରତୀୟ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ୧୭ତମ ଅନ୍ତଃର୍ଜାତୀୟ କରାଟେ ପ୍ରତିଯୋଗିତାରେ ବ୍ରହ୍ମପୁର ଦୁଇଜଣ ଅଂଶଗ୍ରହଣ କରିଥିଲେ । ସେମାନେ ହେଉଛନ୍ତି ଶ୍ରୀଧର ସାହୁ ରୌପ୍ୟ ଓ ଆଦିତ୍ୟ ସାହୁ ସ୍ୱର୍ଣ୍ଣ ପଦକ ହାସଲ କରି ବ୍ରହ୍ମପୁର ସହର ପାଇଁ ଗୌରବ ଆଣି ଦେଇଛନ୍ତି । ସେମାନେ ଏହି ପଦକ ହାସଲ କରି ବ୍ରହ୍ମପୁର ଆସିବା ପରେ ସମସ୍ତଙ୍କ ମନରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ଏହା ପରେ ବିଭିନ୍ନ ସଂଗଠନ ଓ ରାଜନୈତିକ ବ୍ୟକ୍ତିମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କରିଥିଲେ । ଆଜି ଦୁଇଜଣଙ୍କୁ ସମ୍ବର୍ଦ୍ଧନା କରିବା ନିମନ୍ତେ ବ୍ରହ୍ମପୁର ବିଧାୟକ ବ୍ରିକମ ପଣ୍ଡା ତାଙ୍କ ଓଡ଼ିଶା ବଡ଼ାକାଏ କରାଟେ-ଡ଼ୁ ଏସୋସିଏସନ୍କୁ ଯାଇ ସେଠାରେ ଦୁହିଁଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଆଗକୁ ଏହି ପଦକ୍ଷେପ ଜାରୀ ରଖିବା ପାଇଁ ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ଜେନା, ସୁବାସ ମହାରଣା, ଏସୋସିଏସନ୍ ର ସଭାପତି ରବି କୁମାର ସାହୁ, ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୁପତି, କରାଟେ ଶିକ୍ଷକ ମନୋଜ କୁମାର ନାୟକ, ପୂର୍ବତନ କର୍ପୋରେଟର ରାକେଶ କୁମାର ସାହୁ, ହରିଡ଼ାଖଣ୍ଡି ଶିଶୁ ବିଦ୍ୟାମନ୍ଦିରର ସଭାପତି ବଲ୍ଲଭ ପାଣିଗ୍ରାହୀ, ରବି ପଣ୍ଡା ଓ ହରିଡ଼ାଖଣ୍ଡି ସ୍କୁଲର ବହୁ ଛାତ୍ର ରହିଥିଲେ ।

Advertisement