ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ

481
ADVERTISEMENT

ବାଲିଗୁଡ଼ା,୩।୧୨(ଡି.ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ 0- ବର୍ଷ ଶିଶୁ ମାନଙ୍କୁ ସମ୍ପୂର୍ଣ୍ଣ ଟୀକା କରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ମିଶନ ସ୍ୱାସ୍ଥ୍ୟ ଲକ୍ଷ ରଖିଛି ଏଥିସକାଶେ ବାଲିଗୁଡ଼ାର ଖଜୁରୀ ନାଳ ଠାରେ ଏକ ଟିମ ଶିଶିର ବିନ୍ଧାଣି ଓ ସଂଯୁକ୍ତା ବଳିୟାର ସିଂ ଘରେ ପହଞ୍ଚି ଟୀକା ଦିଆଯାଇଛି ।ଏହି କାର୍ଯ୍ୟକ୍ରମରେ ଏଡ଼ି ଡବ୍ଲୁଓ ଶ୍ରୀ ଅରବିନ୍ଦ ରାୟ, ଡ଼ିଡ଼ିଓ ପ୍ରେମଜିତ ତ୍ରିପାଠୀ, ବନବାସୀ ସେବାସମିତିର ସମ୍ପାଦକ ରବୀନ୍ଦ୍ର ପଣ୍ଡା, ସସ୍ମିତା ବେହେରା ଖଜୁରୀନାଳ କାଉନ୍ସିଲର, ମହେନ୍ଦ୍ର ପ୍ରଧାନ ବାରଖମା ବିପିଏମ ଏଏନମ କମଳା କୁମାରୀ ସାହୁ, ଅଙ୍ଗନବାଡି, ଆଶାକର୍ମୀ ଯୋଗଦେଇଥିଲେ । ସଂଯୁକ୍ତା ବଳିୟାରସିଂ ଜଣେ ବଧିର ଶିଶୁ ହୋଇଥିବାରୁ ତାର ବାର୍ଦ୍ଧକ୍ୟ ଭତ୍ତା ପାଇଁ ଉଦ୍ୟମ କରାଯିବା ପାଇଁ ପ୍ରଶାସନଙ୍କୁ ଜଣାଯାଇଛି ।

Advertisement