Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ତାଲିମ ଶିବିର

ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ତାଲିମ ଶିବିର

373
ADVERTISEMENT

କନ୍ଧମାଳ,୩।୧୨(ଡି.ଏଚ/ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ଅନ୍ତର୍ଗତ ମହାସିଙ୍ଗ ପାଞ୍ଚୟତ ସୁରୁବାଲି ଠାରେ ଜନବିକାଶ ସ୍ବେଛାସେବୀ ଅନୁଷ୍ଠାନ ଦ୍ୱାରା ଏକ ଦିବସୀୟ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ଆଦିବାସୀ ଓ ଦଳିତ ଗୋଷ୍ଠୀର ସ୍ୱୟଂ ସହାୟକ ଗୋଷ୍ଠି, ଲୋକ କଳାକାର, ଗ୍ରାମାଞ୍ଚଳର ଗ୍ରାମ୍ୟ ନେତା ତଥା ବେକାର ଯୁବକ ଯୁବତୀ ମାନେ ଯୋଗ ଦେଇ ସେମାନଙ୍କ ସରକାରୀ ସହାୟତା କଣ ରହିଛି ଓ କିପରି ତାହା ସମାଧାନ ହେବ ସେଥି ପ୍ରତି ସେମାନଙ୍କୁ ପ୍ରେରଣା ଦେବାସହ ଆଗାମୀ ଦିନ ମାନଙ୍କରେ ଯେଭଳି ଫଳପ୍ରଦ ସେଥିପାଇଁ ତାଲିମ ଦାତା ଯଥା ପିଏଆଇଟିଓଏମ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ତାଲିମାର୍ଥୀ ଉତ୍ସାହିତ କରିଥିଲେ ଜନବିକାଶ ନିର୍ଦେଶକ ଶ୍ରୀଯୁକ୍ତ ସଦନ ସୁଆଲ ସିଂ ତାଲିମାର୍ଥୀଙ୍କୁ ଉତ୍ସାହିତ କରିବା ସହ କିଭଳି କନ୍ଧମାଳ ଜିଲ୍ଲାର ବେକାର ଯୁବକ ଯୁବତୀ ରୋଜଗାର କ୍ଷମ ହୋଇ ପାରିବେ ସେନେଇ ଆଲୋଚନା କରିବା ସହ କେମିତି ବାହାର ରାଜ୍ୟକୁ ନ ଯାଇ ରୋଜଗାର କ୍ଷମ ହେବେ ସେନେଇ ତାଲିମ ଦିଆ ଯାଇଥିଲା ଏହି ଦିବସୀୟରେ ୬ଟି ଷ୍ଟଲ ପଡିଥିଲା ଚେର ମୂଳ ଔଷଧ, ସ୍ୱୟଂ ସହାୟକ ଗୋଷ୍ଠୀର ସାମଗ୍ରୀ, ବିଭିନ୍ନ ପୁରାତନ ବହି, ଧାନର ଅନେକ ପ୍ରକାର ଡୋକ୍ରା, ବାଉଁଶ ଓ ମାଟି କାରିଗରୀର ସମୂହ ସବୁ ପ୍ରଦର୍ଶନ କରାଯାଇଛି ସଭା ପରିଚାଳନା ସଦାନନ୍ଦ ପାରାସେଠଙ୍କ ଦ୍ୱାରା ହୋଇଥିବା ସହ ଶେଷରେ ସାରଦା ଚରଣ ବଳିୟାରସିଂ ସଭା ସମାପନ କରିଥିଲେ ।

Advertisement