Saturday, November 21, 2026
ADVERTISEMENT
Home ଆଞ୍ଚଳିକ ହାଇଦ୍ରାବାଦ ଗଣଧର୍ଷଣ ଡାକ୍ତର ପୀଡିତାଙ୍କ ଉଦ୍ଦେଶ୍ଯରେ କ୍ୟାଣ୍ଡେଲ ଶୋଭାଯାତ୍ରା

ହାଇଦ୍ରାବାଦ ଗଣଧର୍ଷଣ ଡାକ୍ତର ପୀଡିତାଙ୍କ ଉଦ୍ଦେଶ୍ଯରେ କ୍ୟାଣ୍ଡେଲ ଶୋଭାଯାତ୍ରା

369
ADVERTISEMENT

ବ୍ରହ୍ମପୁର,୧ା୧୨(ଡି.ଏଚ/ଈ.ରଞ୍ଜନ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ହାଇଦ୍ରାବାଦରେ କାର୍ଯ୍ୟରତ ମହିଳା ଡାକ୍ତରଙ୍କୁ ଗଣଧର୍ଷଣକୁ ବିରୋଧ କରିବା ସହ ମୃତ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ଉଦ୍ଦେଶ୍ଯରେ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଯାଇଛି । ଏହି ଘଟଣାରେ କିପରି ଭାବେ ଧର୍ଷଣକାରୀ ନିଜର ମଣିଷପଣିଆ ଭୁଲି ପାଶବିକତାର ପରିଚୟ ଦେଇଥିଲା । ତାହାର କୁପରିଣାମକୁ ପରିଷଦର ଯୁବସମାଜ ପକ୍ଷରୁ ଦୃଢ ନିନ୍ଦା କରିବା ସହ ଯେପରି ସେଠାରେ ଗୃହ ମନ୍ତ୍ରୀ ଅମାନବୀୟ ମନ୍ତବ୍ୟକୁ ଛାତ୍ର ଛାତ୍ରୀ ମାନେ ଘୋରନିନ୍ଦା ପ୍ରଦର୍ଶନ କରିଥିଲେ l ତତ୍ ସହ ଦୁଷ୍କର୍ମକରିଥିବା ଅଭିଯୁକ୍ତକୁ ଫାଶିଦଣ୍ଡ ଦିଆଯାଉ ବୋଲି ଵିଧ୍ୟାର୍ଥୀ ସଂଘ ତରଫରୁ ଏକ କେଣ୍ଡାଲ ଶୋଭାଯାତ୍ରାରେ ବାହାରି ଖଲିକୋଟ କଲେଜ ଠାରୁ ବାହାରି ସେଠାକାର ଅଞ୍ଚଳ ପରିକ୍ରମା କରି ପୀଡିତାଙ୍କୁ ନ୍ୟାୟ ଦିଆଯାଉ ନଚେତ ରାସ୍ତାରେ ନିଆଁ ଜଳିବ ଏଭଳି ବିଭିନ୍ନ ସ୍ଲୋଗାନ ଦେଇ ଖଲିକୋଟ କଲେଜ ଛକ ଠାରେ ଶୋକଶୋଭା କରିଥିଲେ । ଏଥିରେ ବହୁ ଛାତ୍ର ଛାତ୍ରୀ ଏଥିରେ ଅଖିଳ ଭାରତୀୟ ଵିଧ୍ୟାର୍ଥୀ ସଂଘର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ଲକ୍ଷ୍ମୀ ପ୍ରିୟା ବେହେରା, ବିଭୁପ୍ରିୟ ସାହୁ, ସସ୍ମିତା ବେହେରା, ଆଶୁତୋଷ ସାହୁ, ନିରାକାର, ପ୍ରିୟରଞ୍ଜନ ମଲ୍ଲିକ, ଚିନ୍ମୟାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Advertisement