ବ୍ରହ୍ମପୁର,୨୯/୧୧(ଡି.ଏଚ/କିରଣ କୁମାର ମିଶ୍ର ) : ରଙ୍ଗେଈଲୁଣ୍ଡା ପଂଚାୟତ ସମିତି ତରଫରୁ କୋଳଥିଗାଁ ଗ୍ରା:ପ୍ର ଠାରେ ମୋ ନିବେଦନ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ନିବେଦନ ବୈଠକରେ ରଙ୍ଗିପୁର ଗ୍ରା:ପ୍ର ପଦ୍ମପୁର ଗ୍ରା:ପ୍ର ତଥା କୋଳଥିଗାଁ ଗ୍ରା:ପ୍ର ର ବିଭିନ୍ନ ପ୍ରକାର ଅଭିଯୋଗ ଯଥା :- ଜମି ପଟା ,ଆୟ ନିର୍ଦ୍ଧରଣ ପ୍ରମାଣ ପତ୍ର,ଜାତିଗତ ପ୍ରମାଣ ପତ୍ର ଓ ତହସିଲ ସମ୍ବନ୍ଧୀୟ (ଜମିଜମା )ସମସ୍ତ ଆବେଦନ ଗ୍ରହଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ତହସିଲଦାର ଶ୍ରୀମତୀ ଅନିତା ସାହୁ ଅତ୍ୟନ୍ତ ଦକ୍ଷ ଭାବେ ସୁପରିଚାଲନା କରିଥିଲେ ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ କୁମାର ନାଗଭୁଷଣ OASJBI , ଏ .ବି.ଡି.ଓ ,ଜି.ପି.ଓ,CDPO, ସହକାରୀ ଯନ୍ତ୍ରୀ ,ପ୍ରମୁଖ ଯୋଗଦାନ କରି ଜନତାଙ୍କ ଠାରୁ ବିଭିନ୍ନ ଅଭିଯୋଗ ଗ୍ରହଣକରି ତାହା କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।
ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଧକ୍ଷ ଅଜିତ କୁମାର ଦାସ, ଏବଂ ସରପଞ୍ଚ (ରଙ୍ଗିପୁର ) ଶ୍ରୀମତୀ ରଶ୍ମିତା ପଟନାୟକ ତଥା ପଦ୍ମପୁର ସରପଞ୍ଚ ଶ୍ରୀମତୀ ପ୍ରଭାତି ନାୟକ ଓ ସମିତି ସଭ୍ୟ ଜଗନ୍ନାଥ ନାୟକ ଏବଂ କୋଲଥିଗାଁ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପାତ୍ର ପି ସମିତି ସଭ୍ୟ ଅରୁଣ କୁମାର ଦଳେଇ , ନାଏବ ସରପଞ୍ଚ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁପରିଚାଳନ କରିଥିକଲେ । ଏହି ତିନଟି ପଞ୍ଚଯାତର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ କସ୍ତୁରବା ପ୍ରଧାନ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।


















