Saturday, November 21, 2026
ADVERTISEMENT
Home ଆଞ୍ଚଳିକ ୧୧କୋଟିର ଗଂଜେଇ ଗଛ ନଷ୍ଟ କଲା ପୋଲିସ

୧୧କୋଟିର ଗଂଜେଇ ଗଛ ନଷ୍ଟ କଲା ପୋଲିସ

338
ADVERTISEMENT

ନୂଆଗାଁ ,୨୮ା୧୧(ଡି.ଏଚ/ପ୍ରଶାନ୍ତ କୁମାର ନାୟକ) : କନ୍ଧମାଳ ଏସପିଙ୍କ ନିର୍ଦେଶ କ୍ରମେ ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ବେଆଇନ ଭାବେ ଲଗାଯାଇଥିବା ଗଂଜେଇ ଗଛ ଗୁଡିକୁ ଲଗାତାର କାଟି ପୋଡି ଦିଆଯାଉଛି l ଏ ନେଇ ବୁଧବାର ଦିନ ପୁଣି  କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଵାଟଗୁଡ଼ା ପଂଚାୟତର ପୁସଙ୍ଗିଆ, ପାଲୁଙ୍କିଆ ଭଳି ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୧୮ଏକର ଜମିରେ ଚାଷ କରା ଯାଇଥିବା ଏଗାର କୋଟି ଆଠ ଲକ୍ଷ ଟଙ୍କାର ବେଆଇନ  ଗଂଜେଇ ଗଛ କାଟି ମିଳିତ ଭାବେ ପୋଲିସ ଓ ଅବକାରୀ ବିଭାଗ ନଷ୍ଟ କରିଛି l  ବର୍ତ୍ତମାନ ଏହି ଗଂଜେଇ ମିଶନ ଲଗାତାର ଜାରୀ ରହିବା ସହ ସମୂଳେ ନାଶ କରାଯିବା ପାଇଁ ପ୍ରୟାସ ଜାରୀ ରହିବ ବୋଲି ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି l

Advertisement