Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଅଟୋ ଓଲଟି ଚାଳକ ଗୁରୁତର

ଅଟୋ ଓଲଟି ଚାଳକ ଗୁରୁତର

434
ADVERTISEMENT

ହିଞ୍ଜିଳିକାଟୁ,୨୭।୧୧(ଡି.ଏଚ/ଶେଷଦେବ ସାହୁ) : ୫୯ ନଂ ଜାତୀୟ ରାଜପଥ ହିଂଜିଳିକାଟୁ ପୌରାଂଚଳ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ସମ୍ମୁଖ ଭାଗ ରାଜପଥ ଉପରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଚାଳକ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହିଂଜିଳି ଥାନା ଖରିଡ଼ା ଗ୍ରାମର ମଙ୍ଗୁଳୁ ମହାନ୍ତି (୩୦) । ସ୍ଥାନୀୟ ଲୋକେ ଗୁରୁତର ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଦୂର୍ଘଟଣା ସ୍ଥଳରେ ପଂହଚି ଅଟୋକୁ ଜବତ କରିଛି । ପ୍ରକାଶ ଥାଉକି, ଯାତ୍ରୀବାହୀ ଅଟୋ(ଓଆର୦୭ଡ଼ବ୍ଳ୍ୟୁ ୭୧୮୯)ଟି ବ୍ରହ୍ମପୁର ଠାରୁ ହିଂଜିଳିକାଟୁ ଅଭିମୂଖେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

Advertisement