ଦାରିଙ୍ଗବାଡ଼ି୨୭।୧୧(ଡି.ଏଚ/ ପ୍ରିୟ ରଞ୍ଜନ ନାୟକ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଦୁଲୁରୀ ଠାରେ ଆଦିବାସୀ ଏକତା ପରବ 2019 ଆୟୋଜନ କରାଯାଇଛି । ଏହି ପରବରେ 15ଟି ଜିଲ୍ଲାର ଭାଇଭଉଣୀ ଭାଗ ନେଇଥିଲେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଫେସର ମହେନ୍ଦ୍ର ମିଶ୍ର, ଶ୍ରୀ ଡେମେ ଓରାଓ,ପ୍ରମୋଦ ପଟ୍ଟନାୟକ ବିଶିଷ୍ଟ ବକ୍ତା ଭାବେ ଯୋଗ ଦେଇଥିଲେ କାର୍ଯ୍ୟକ୍ରମରେ ଆଦିବାସୀ ପରମ୍ପରା, ସଂସ୍କୃତି, ନୃତ୍ୟ, ପରିଚୟ, ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋଚନା କରିବା ସହ ପରିବେଷଣ ମଧ୍ୟ୍ୟ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଅନ୍ତରଙ୍ଗ ଯୁବ ମହାସଂଘର ସଭାପତି ଦିଲ୍ଲୀପ କୁମାର ସାହୁ, ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ଜାଗୃତି ଓ ହୃଷିକେଶ ପ୍ରଧାନ ସମ୍ପାଦକ ଅନ୍ତରଙ୍ଗ ଉପସ୍ଥିତ ରହି ପରବକୁ ପରିଚାଳନା କରାଯାଇଛି ।



















