ବ୍ରହ୍ମପୁର,୨୬।୧୧: (ଡି.ଏଚ/ଈରଞ୍ଜନ ) : ବ୍ରହ୍ମପୁର ୨୫।୧୧ସୋମବାର ଦିନ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଳାଙ୍ଗ ଅଭଯୋଗ ଶୁଣାଣି କରିଥିଲେ । ଅଭିଯୋଗ ଶୁଣାଣିରେ ବ୍ରହ୍ମପୁର ମହାନଗର ନିଗମର କମିଶନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର ,ବ୍ରହ୍ମପୁର ଏସ୍ପି.ପିନାକୀ ମିଶ୍ର ,ଉପଜିଲ୍ଲାପାଳ ଶ୍ରୀ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ,ଉପଖଣ୍ଡ ଅଭିଯୋଗ ଶୁଣାଣିର ନୋଡାଲ ଅଫିସର ଶ୍ରୀ ବିନୋଦକୁମାର ବେହେରା ,ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସମେତ ବ୍ରହ୍ମପୁର ଉପଖଣ୍ଡ ସମସ୍ତ ତହସିଲଦାର ବିଡ଼ିଓ ଓ ଜିଲ୍ଲାର ବିଭିନ୍ନ ବିଭଗର ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ମୋଟ ୧୭୪ଟି ଅଭିଯୋଗ ଶୁଣାଣି ହୋଇଥିଲା ସେଥି ମଧ୍ୟରୁ ୧୬ଟି ବ୍ୟକ୍ତିଗତ ,ବିଭିନ୍ନ ଗ୍ରାମଭିତିକ ଅଭିଯୋଗ 1ଟି ଏବଂ ଅନ୍ୟାନ୍ୟ ୧୪୦ଟି ଅଭିଯୋଗକୁ ତୁରନ୍ତ ଫଇସଲା କରାଯାଇଛି । ୧୨ଜଣକୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୯୭,୦୦୦ /- ଟଙ୍କା ପ୍ରଦାନ କରାଯାଇଥିଲା ।

















