ଆଜି ରିଲିଜ୍‌ ହେଲା ଫିଲ୍ମ ‘କବୀର ସିଂହ’

261
ADVERTISEMENT

ମୁମ୍ବାଇ, ୨୧/୬(ଡିଏଚବି): ଆଜି ରିଲିଜ୍‌ ହୋଇଛି ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର୍‌ ସିଂହ’। ପ୍ରେମ ଓ ବିଚ୍ଛେଦକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମରେ ସାହିଦ୍‌ କପୁର୍‌ଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ସୋଶାଲ୍‌ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିବା ସହ ବକ୍ସ ଅଫିସ୍‌ରେ ଭଲ ଆୟ କରିବା ନେଇ ଆଶା କରାଯାଉଛି।

ଫିଲ୍ମରେ ସାହିଦ ଅର୍ଥାତ କବୀର୍‌ ସିଂହ ଆଇଆଇଏମ୍‌ରେ ପଢ଼ୁଛନ୍ତି। ସେ ଭଲ ପାଠ ପଢ଼ିବା ସହ ସବୁ ବିଷୟରେ ମଧ୍ୟ ପାରଙ୍ଗମ। ସେ ତାଙ୍କ କଲେଜ୍‌ର ଫୁଟ୍‌ବଲ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ମଧ୍ୟ। କିନ୍ତୁ କବୀର୍‌ଙ୍କ ଗୋଟିଏ ଖରାପ ଗୁଣ ହେଲା ସେ ବହୁତ ଶୀଘ୍ର ରାଗିଯାଆନ୍ତି। ଏହି ସମୟରେ ତାଙ୍କ ଜୀବନରେ ଆସନ୍ତି ପ୍ରୀତି ଅର୍ଥାତ କିଆରା ଆଡ୍‌ଭାନି। ତାଙ୍କର ସାଧାସିଧା ଜୀବନ କବୀର୍‌ଙ୍କୁ ବହୁତ ପସନ୍ଦ ଆସେ। କିନ୍ତୁ କିଛି କାରଣ ପାଇଁ ଦୁହେଁ ଅଲଗା ହୋଇଯାଆନ୍ତି। ଏହା ପରେ କବୀର୍‌ ବର୍‌ବାଦ୍‌ ହେବା ରାସ୍ତାରେ ଚାଲନ୍ତି। ମଦ ପିଅନ୍ତି ଏବଂ ଏଣେ ତେଣେ ବୁଲନ୍ତି। କିନ୍ତୁ ପ୍ରୀତିଙ୍କ ନିଶା ତାଙ୍କ ମନରୁ ଯାଏ ନାହିଁ। ତେବେ ଫିଲ୍ମଟି କେଉଁ ଆଡକୁ ଗତି କରୁଛି ତାକୁ ଦେଖିବାକୁ ହେଲେ ହଲ୍‌କୁ ଯିବାକୁ ପଡିବ।

ତେଲୁଗୁ ବ୍ଲକ୍‌ ବଷ୍ଟର୍‌ ଫିଲ୍ମ ‘ଅର୍ଜୁନ ରେଡ୍ଡି’ର ହିନ୍ଦୀ ରିମେକ୍‌ ହେଉଛି କବୀର୍‌ ସିଂହ। ସନ୍ଦିପ୍‌ ରେଡ୍ଡି ଭାଙ୍ଗା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିବାବେଳେ ବଲିଉଡ୍‌ର ଲୋକପ୍ରିୟ ଗାୟକ ଅର୍ମାନ ମଲିକ୍‌ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି।

Advertisement