ଫିରିଙ୍ଗିଆ ବ୍ଳକରେ ଭାରତ ଗ୍ୟାସ ଗ୍ରାମିଣ ବିତରକ କେନ୍ଦ୍ର : ସୁରକ୍ଷା ଶିବିର

271
ADVERTISEMENT

କନ୍ଧମାଳ,୨୬।୧୧ (ଡି.ଏଚ/ପ୍ରଶାନ୍ତ କୁମାର ପାତ୍ର ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ନୂଆପଦର ପଞ୍ଚାୟତର ଲତପଙ୍ଗିଆ ଗ୍ରାମ ଠାରେ ସୁସମା ଦିଗାଳଙ୍କ ସଭାପତିତ୍ବରେ ଗୋପୀନାଥ ଭାରତ ଗ୍ୟାସ ଗ୍ରାମିଣ ବିତରକର ନେତୃତ୍ଵରେ ଏକ ସଭା ଅନୁଷ୍ଠିତ ହୋଇଅଛି। ଉକ୍ତ ସଭାରେ ଗ୍ରାମୀଣ ବିତରକର ଅଧକ୍ଷ ଶ୍ରୀ ଗୋପୀନାଥ କହଁର ଗ୍ୟାସ ବ୍ୟବହାରରେ କିପରି ଜଙ୍ଗଲର ସୁରକ୍ଷା, ଚୁଲିରେ ରୋଷେଇ କରିବାଫଳରେ କିପରି ମହିଳା ମାନଙ୍କର ବିଭିନ୍ନ ମାରାତ୍ମକ ରୋଗ, ଓ ପରିବାରର ସମସ୍ତଙ୍କ ଉପରେ ତାର ପ୍ରଭାବ, ପରିବେଶ ପ୍ରଦୂଷଣ, ଗୃହ ଅପରିଷ୍କାର ଆଦି ବିଷୟ ରେ ବୁଝାଇ ଥିଲେ ସଭାପତି ଏଥି ସଂକ୍ରାନ୍ତରେ ସମାନକଥା କହିଥିଲେ ସମ୍ପାଦକ ସନ୍ଧ୍ୟାରାଣୀ ଦିଗାଳ, ୱାଡମ୍ବେର ପ୍ରଫୁଲ ସାହୁ, ସମାଜସେବୀ ସଞ୍ଜୟ କହଁର, ବିଶ୍ବନାଥ କହଁର,ସରୋଜିନୀ କହଁର ଆଦି ବହୁ ମହିଳା ଏକ ସ୍ବରରେ ଗ୍ୟାସ ବ୍ୟବହାର କରିବା ବୋଲି ଶପଥ ନେବା ସହ ଅନ୍ୟମାନଙ୍କୁ ବୁଝାଇଥିଲେ ।

Advertisement