Friday, November 20, 2026
ADVERTISEMENT
Home ଆଞ୍ଚଳିକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃର୍ଷ୍ଣ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ : ନିଶାନିବାରଣ ଆଇନ୧୯୫୬କୁ କାର୍ଯ୍ୟକାରିତା ଆଲୋଚନା ଚକ୍ର

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃର୍ଷ୍ଣ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ : ନିଶାନିବାରଣ ଆଇନ୧୯୫୬କୁ କାର୍ଯ୍ୟକାରିତା ଆଲୋଚନା ଚକ୍ର

299
ADVERTISEMENT

ବ୍ରହ୍ମପୁର,୨୪।୧୧(ଡି.ଏଚ/ସୁଦାମ ମହାରଣା) : ସମାଜସେବୀ ଅନୁଷ୍ଠାନ ମାନବାଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳନ ଅବସରରେ ବ୍ରହ୍ମପୁର ସହର ବିଜିପୁର ସ୍ଥିତ ସନ୍ତୋଷୀ ମା ମନ୍ଦିର ସଭାଗୃହରେ’ନିଶାନିବାରଣ ଆଇନ ୧୯୫୬କୁ କାର୍ଯ୍ୟାକାରିତାରେ ସରକାରୀ ଉଦାସୀନତା’ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜସେବୀ ବଶିଧର ଭୂୟାଁଙ୍କ ସଭାପତିତ୍ୱ ଆୟୋଜିତ ଆଲୋଚନା ଚକ୍ରରେ ପ୍ରଫୁଲ୍ଲ ପଶୁପାଳକ,ଶିବସୁନ୍ଦର ରଥ,ସରିତା ପଣ୍ଡା, ସୁବାଷ ସାହୁ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ନବକୃଷ୍ଣ ଚୌଧୁରୀ୧୯୦୧ ମସିହା ନଭେମ୍ବର୨୩ତାରିଖରେ ଜନ୍ମ ଗ୍ରହଣ କରି ତୁଳସୀ ଦୁଇ ପତ୍ର ରୁବାସିଲାପରି ତାଙ୍କ ପ୍ରତିଭା ପ୍ରସ୍ପଟିତ ହୋଇଥିଲା। ସମାଜରେ ପ୍ରତ୍ୟେକ ଜନତାଙ୍କ ମଧ୍ୟରେ ଅର୍ଥନୈତିକ ସମାନତା, ସାମାଜିକ ସମାନତା ପାଇଁ ଲଢେ଼ଇ କରିବା ସହ ଓଡ଼ିଶାର କୃଷକ ମାନଙ୍କ ନ୍ୟାର୍ଯ୍ୟଦାବି ଅଧିକାର ପାଇଁ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ନବକୃର୍ଷ୍ଣ ଚୌଧୁରୀଙ୍କ ଭଳି ଜଣେ ସମାଜବାଦୀ ନେତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ହିଁ ଓଡିଶାରେ ହୀରାକୁଦ ଡ୍ୟାମ,ରାଉରକେଲା ଷ୍ଟିଲ ପ୍ଲାଣ୍ଟ, କୃଷି ଗବେଷଣା କେନ୍ଦ୍ର ଆଦି ବହୁ କୀର୍ତ୍ତିମାନ ନିର୍ମାଣ କରିଥିଲେ । ସାପ୍ରତିକ ସ୍ଥିତିରେ ଶିକ୍ଷା, ସ୍ବାସ୍ଥ୍ୟ ତଥା ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି ଫଳରେ ସମାଜରେ ସଂଖ୍ୟା ବହୁଳ ଲୋକ ନିଜ ଅଧିକାରୀରୁ ବଞ୍ଚିତ ହେବା ପରିସ୍ଥିତିରେ ନିହାତି ନବକୃର୍ଷ୍ଣ ଚୌଧୁରୀଙ୍କୁ ମନେପକାଇବା ପ୍ରାସଙ୍ଗିକ ରହିଛି। ଆଜିର ଏହି ଆଲୋଚନା ଚକ୍ରରେ ଶ୍ୟାମ ସୁନ୍ଦର ଖାଡାଙ୍ଗା, ବିଜୟ ଚନ୍ଦ୍ର ବିଶୋଇ, ଚିତ୍ତ ରଞ୍ଜନ ପଣ୍ଡା, ଶିବସୁନ୍ଦର ରଥ, ସୁପ୍ରିୟାକୁମାରି ଦାଶ, ରବିନ୍ଦ୍ର କୁମାର ନାୟକ ପ୍ରମୁଖ ସମାଜସେବୀ ମାନେ ଉପସ୍ଥିତ ରହି ଥିଲେ ।

Advertisement