ବ୍ରହ୍ମପୁର: ଜବାହାରଲାଲ ନେହୁର ବିଶ୍ୱବିଦ୍ୟାଳ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ବର୍ବର ଆକ୍ରମଣର ବିରୋଧରେ ଖଲିକୋଟ କଲେଜ୍ ସମ୍ମୁଖରେ ଭାରତ ଛାତ୍ର ଫେଡେରେସନ୍ ଓ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ୍ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ବସନ୍ତ ନନ୍ଦ, ସୁଧୀର ବେହେରା ସମେତ ଯୁବନେତା ଅଜୟ ଗୌଡ଼, ତି୍ରଲୋଚନ ପ୍ରଧାନ,ଅଜିତ୍ ପାଣିଗ୍ରାହୀ, ପ୍ରଶାନ୍ତ ବିଷୋୟୀ, ବୈରାଗୀ ମଲ୍ଲିକ, ବାପୁନି ନାୟକ, ଛାତ୍ର ନେତା ଚନ୍ଦନ ସ୍ୱାଇଁ, ସତ୍ୟନାରାୟଣ ନାୟକ, ସନ୍ତୋଷିନୀ ନାୟକ ସମେତ ବହୁ ନେତା ଯୋଗ ଦେଇଥିଲେ । ଏହି ଆକ୍ରମଣ କେବଳ ଜେଏନ୍ୟୁ ଛାତ୍ରଛାତ୍ରୀଙ୍କ ଉପରେ ନାହିଁ ବରଂ ସାରା ଦେଶରେ ଛାତ୍ରଛାତ୍ରୀଙ୍କ ଇଜତ୍ ଉପରେ ଆକ୍ରମଣ ବୋଲି ଏଠାରେ ନେତାମାନେ ଅଭିଯୋଗ କରିଥିଲେ । ସେହିପରି ଅଲ୍ଇଣ୍ଡିଆ ଡିଏସ୍ଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଅପରାହ୍ନରେ କମ୍ମାପଲ୍ଲୀର ମୁଖ୍ୟ ଛକରେ ଜେଏନୟୁ ରେ ଚାଲିଥିବା ଫି’ ବୃଦ୍ଧିକୁ ବିରୋଧୀ ଆନେ୍ଦାଳନକୁ ସମର୍ଥନ କରି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୋଲିସର ଲାଠିଚାର୍ଜକୁ ଏଠାରେ ଦୃଢ଼ ନିନ୍ଦା କରାଯାଇଥିଲା । ଏଥିରେ ରାଜ୍ୟ ଉପସଭାପତି ସୋମନାଥ ବେହେରା, ଜିଲ୍ଲା ସଭାପତି ଶିବାନୀ ଶଙ୍କର ମିଶ୍ର । ସମ୍ପାଦକ ନିମାଇ ଚରଣ ସାହୁ, ଉପ ସଭାପତି ଉଦ୍ଧବ ମହାଙ୍କୁଡ, ନାରାୟଣ ସାହୁ ରଞ୍ଜନ ସେଠୀ ,କିଷାନ ସାହୁ, ଭୀମରାଜ ସାହୁ, ଶୁଭସ୍ମିତା ପାଣିଗ୍ରାହୀଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ ।

















