Saturday, November 21, 2026
ADVERTISEMENT
Home ଆଞ୍ଚଳିକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଥିବା ଶିବ ଶଙ୍କରଙ୍କୁ ସହାୟତାର ହାତ ବଢ଼େଇଲେ କର୍ପୋରେଟର ଉଦ୍ଧବ...

ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଥିବା ଶିବ ଶଙ୍କରଙ୍କୁ ସହାୟତାର ହାତ ବଢ଼େଇଲେ କର୍ପୋରେଟର ଉଦ୍ଧବ ବିଷୋୟୀ

330
ADVERTISEMENT

ବ୍ରହ୍ମପୁର,୨୨।୧୧ଡି.ଏଚ/ହିମାଂଶୁ ପାଢ଼ୀ ) : ଅର୍ଧଦଗ୍ଧ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ଧିନ ଅବସ୍ଥାରେ ରହିଥିବା ଶିବ ଶଙ୍କରଙ୍କୁ ସହାୟତାର ହାତ ବଢ଼େଇଲେ ବ୍ରହ୍ମପୁର ୨ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଉଦ୍ଧବ ବିଷୋୟୀ। ନିଜେ ଏମକେସିଜି ଯାଇ ଶିବଶଙ୍କରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଏହା ସହ ସହାୟତାର ହାତ ବଢ଼େଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସୂଚନା ଥାଉ କି ଗତ ଜୁଲାଇ ମାସରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ରାଣୀପେଣ୍ଠ ଠାରେ ଏକ ହୋଟେଲରେ ରୋଷେଇ କରୁଥିବା ସମୟରେ ଅସାବଧାନତା ଯୋଗୁଁ ତତଲା ତେଲ କଡେଇରେ ପଡି ଗୁରୁତର ଆହତ ହୋଇଥିଲେ। ପରେ କଟକ ବଡ ମେଡିକାଲରେ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ସିଟି ହସ୍ପିଟାଲ ଏବଂ ବର୍ତ୍ତମାନ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଶିବ ଶଙ୍କର ମିଶ୍ର।

Advertisement