Friday, November 20, 2026
ADVERTISEMENT
Home ଆଞ୍ଚଳିକ ସାରଳା ସାହିତ୍ୟ ସଂସଦର ଆସର

ସାରଳା ସାହିତ୍ୟ ସଂସଦର ଆସର

343
ADVERTISEMENT

ପାରଳାଖେମୁଣ୍ଡି,୨୦ା୧୧(ଡି.ଏଚ/ ପ୍ରଭାତ କୁମାର ପାତ୍ର): ଓଡ଼ିଶାର ଜଗନ୍ନାଥ ଧର୍ମ ଏବଂ ସାରଳା ମହାଭାରତ ପବିତ୍ର ଓ ଦୁର୍ଲଭ ମହାନ ସଂସ୍କୃତିର ଅପୂର୍ବ ନିଦର୍ଶନ। ପ୍ରତେକ ଓଡ଼ିଆ ଏକଥା ସ୍ୱୀକାର କରିବା ନିଶ୍ଚୟ। ତତ୍ସହିତ ପାରଳାଖେମୁଣ୍ଡିର ମହାରାଜା ନବଉତ୍କଳର ବିନ୍ଧଣି କୃଷ୍ଣଚନ୍ଦ୍ର ଗଜପତିଙ୍କ ଓଡ଼ିଶା ପାଇଁ ତାଙ୍କର ଅବିସ୍ମରଣୀୟ ଅତୁଳନୀୟ ବୋଲି ସାରଳା ସାହିତ୍ୟ ସଂସଦର ସଭାପତି ପ୍ରଫେସର ଇ, ପ୍ରଭାକର ସ୍ୱାଇଁ କହିଥିଲାବେଳେ ମୁଖ୍ୟ ଅତିଥି ମାନ୍ୟବର ଜିଲ୍ଲାପାଳ ଅନୁପମ ଶାହା ପାରଳା ମାଟିର ସାରସ୍ୱତ ମହକ ଏବଂ ବର୍ଷିୟlନ ସାରସ୍ୱତ ସାଧକ ଗବେଷକ ଉପାନ୍ତପ୍ରହରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ସାରଳା ସାହିତ୍ୟ ସଂସଦ କଟକ ଶ୍ୟାଖା ତରଫରୁ ପ୍ରତିଭା ସମାନ ପ୍ରଦାନ କରାଯାଇଥିଲା।ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମଧ୍ୟ ଯୋଗଦାନ କରି ଆମଅଞ୍ଚଳର ଜିଲ୍ଲାର ଶ୍ରୀବୃଦ୍ଧି ପାଇଁ ଏତିହାସିକ ପାରଳାଖେମୁଣ୍ଡିର ପୂବସୁରୀଙ୍କୁ ମନେପକାଇ ତାଙ୍କର ପଥ ଅନୁକରଣ ଅନୁସରଣ କରୁ ନିଜକୁ ଗଢିବାପାଇ ଉଦ୍ବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧରେ ସ ଜୀବ ପଟନାୟକ, ପ୍ରଫେସର ଡା.,ନିରଞ୍ଜନ ତ୍ରିପାଠୀ, ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା, ପ୍ରଭୃତି ଉପସ୍ଥିତ ଥିଲେ ।

Advertisement