ପଦ୍ମପୁର,୧୯/୧୧ (ଡି.ଏଚ/ରାକେଶ କୁମାର ଦାଶ):ବରଗଡ ଜିଲ୍ଲା ପଦ୍ମପୁରରେ ଆଜି ସକାଳ୧୦ଘଣ୍ଟା ସମୟରେ ଜମି ଜଙ୍ଗଲ ଅଧିକାର ସଂଗଠକ ସଭାପତି ଜଗମୋହନ ସିଦାରଙ୍କ ନେତୃତ୍ୱରେ ଏକ ରାଲି ବାହାରି ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଏକ୭ଦଫା ଦାବିପତ୍ର ଦିଆଯାଇଥିଲା।

ଜଙ୍ଗଲ ଅଧିକାର ଆଇନ ଘୋଷଣା ହେବାର ୧୪ ବର୍ଷ ଅତିକ୍ରମ କରିବାକୁ ବସିଲାଣି. ହେଲେ ଜଙ୍ଗଲ ଅଧିକାର ଆଇନକୁ ସଠିକ ଭାବେ କାର୍ଯ୍ୟକାରୀ କରିବାକୁ ରାଜନେତା ତଥା ସରକାରୀ କର୍ତ୍ତୃପକ୍ଷ ଙ୍କ ଉଦାସୀନତା ସ୍ପଷ୍ଟ ପରିଲିକ୍ଷିତ ହେଉଛି। ଅନୁସୂଚିତ ଜନଜାତି ତଥା ଅନ୍ୟାନ୍ୟ ପାରମ୍ପରିକ ଅଧିବାସୀଙ୍କ ଅଧିକାର ପ୍ରଦାନ ପାଇଁଥିବା ଆଇନ ଗତ ବ୍ୟବସ୍ଥା କୁ ଉଲଘଂନ ପୁର୍ବକ ଦାବିଦର ମାନଙ୍କୁ ଜଙ୍ଗଲ ଓ ଜଙ୍ଗଲ ଜମି ଭୋଗ ଦଖଲରୁ ଉଛେଦ କରାଯାଉଅଛି। ଯାହାଦ୍ୱାରା କି ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଅଧିବାସୀ ମାନଙ୍କ ମର୍ଯ୍ୟାଦାକୁ କ୍ଷୁଣ୍ଣ କରାଯାଉଅଛି। ଏଥି ସହିତ ସମସ୍ତ ଭୂମି ହୀନ ପରିବାରଙ୍କୁ ସର୍ବନିମ୍ନ ବାସ ଜମି ଓ ଚାଷ ଜମି ଯୋଗାଈ ଦେବାକୁ ଉଭୟ ରାଜ୍ୟସରକାର ଓ କେନ୍ଦ୍ରସରକାର ଘୋଷଣା କରୁଥିଲେ ମଧ୍ୟ ଭୂମିହୀନ ମାନଙ୍କୁ ଜମି ଦିଆଯାଉନାହିଁ। ବରଂ ଗରିବ ଖଟିଖିଆ ଲୋକମାନେ ଚାଷ ବାସକରି ଜୀବିକା ନିର୍ବାହ କରୁଥିବାରୁ ଅବୈଧ ଯୋଗ୍ୟ ଅନାବାଦୀ ଜମିକୁ ତାଙ୍କଠାରୁ ଛଡାଇ ନିଆଯାଉଛି ,ପତିତ ତଥା ଅନ୍ୟାନ୍ୟ ସରକାରୀ ଜମି ଭୋଗ ଦଖଲ କାରୀଙ୍କ ଠାରୁ ମନମୁଖୀ ଭାବେ ଜୋରିମାନା ଭାବେ ଟଙ୍କା ଆଦାୟ କରାଯାଉଛି । ବରଗଡ ଜିଲ୍ଲାରେ କେତେକ ସ୍ଥାନରେ ଜଂଗଲଜମିକୁ ଗଛକାଟି ପଥରମାନ ବିକ୍ରିକରି ଚାଷ କରୁଥିବାର ଦେଖାଯାଉଥିଲେ ବି ସରକାରଙ୍କ ନଜର ପଡୁନାହିଁ .ଅତାବିରା ତହସିଲ ଅଧୀନସ୍ଥ ଘନଘଟି ସେଞ୍ଚୁରିଅନ ଜଙ୍ଗଲ ନିକଟରେ ଜଙ୍ଗଲ ଜମି ଆନୁମାନିକ ୪ଏକରରୁ ଅଧିକ ଜଣେ ଆନ୍ଧ୍ରଲୋକ ଦୀର୍ଘଦିନ ହେବ ଚାଷକରି ଖାଉଥିଲେବି କେମିତି ସରକାରଙ୍କ ନଜରରେ ଆସୁନାହିଁ ଉଠିଛି ପ୍ରଶ୍ନବାଚୀ. ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁସାରେ ଜଙ୍ଗଲ ଜମିର ପାରମ୍ପରିକ ତର୍ଜମା କରାଯାଇ ଭୂମିହୀନମାନଙ୍କୁ ଚାଷ ଜମି ଓ ବାସ ଜମି ଦିଆ ଯିବାକୁ ଦାବି କରିଛନ୍ତି।

















