Friday, November 20, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ସୁଡ୍ରା ହାଇସ୍କୁଲର ଛାତ୍ର ଦ୍ୱିତୀୟସ୍ଥାନ ଅଧିକାର

ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ସୁଡ୍ରା ହାଇସ୍କୁଲର ଛାତ୍ର ଦ୍ୱିତୀୟସ୍ଥାନ ଅଧିକାର

855
ADVERTISEMENT

କନ୍ଧମାଳ୧୭ା୧୧(ଡି.ଏଚ/ ସୁରେଶ କୁମାର ପଣ୍ଡା) : ଭୁବନେଶ୍ୱର ଠାରେ  ଦୀର୍ଘ ତିନି ଦିନ ଧରି ଚାଲିଥିବା  ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିର ଶନିବାର ଉଦଯାପନ ଉତ୍ସବରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅଧିନସ୍ଥ ସୁଡ୍ରା ହାଇସ୍କୁଲର ଛାତ୍ର ରାମାନନ୍ଦ ପ୍ରଧାନ ଜିଲ୍ଲା ପାଇଁ ଏକ ଉଦାହରଣ ପାଲଟିଛନ୍ତି । ସେ ଶନିବାର  ରାଜ୍ୟସ୍ତରୀୟ ବରିଷ୍ଠ ବିଭାଗ କୁଇଜ ପ୍ରତିଯୋଗିତାରେ ଦ୍ୱିତୀୟସ୍ଥାନ ଅଧିକାର କରି ସମଗ୍ର ଜିଲ୍ଲା ପାଇଁ ଗୌରବ ସୃଷ୍ଟି କରିଛନ୍ତି । ଏଥିପାଇଁ ବିଭିନ୍ନ ମହଲରୁ ସ୍ୱାଗତର ସୁଅ ଛୁଟିବାରେ ଲାଗିଛି l ଏଠାରେ ରବିବାର ଦିନ ପହଂଚିବା ପରେ ଗାଇଡ଼ ଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରି ଯାଇଥିବା ଦୁଇ ସିଆରସିସି ସଚିନ୍ଦ୍ର ପାତ୍ର ଏବଂ ଗୌରୀ ଶଙ୍କର ପାଢ଼ୀଙ୍କ ସମେତ ଛାତ୍ର ରାମାନନ୍ଦଙ୍କୁ ସମସ୍ତ ଶିକ୍ଷକ ସଂଘ ଭଳି ବିଭିନ୍ନ ଅନୁଷ୍ଠାନ ତଥା ବିଦ୍ୟାଳୟ ତରଫରୁ ପୁଷ୍ପଗୁଛ ପ୍ରଦାନ କରି  ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l

Advertisement