Friday, November 20, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମାଜର ମାସିକ ବୈଠକ

ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମାଜର ମାସିକ ବୈଠକ

388
ADVERTISEMENT

ବ୍ରହ୍ମପୁର,୧୭ା୧୧(ଡି.ଏଚ/ହିମାଂଶୁ ପାଢ଼ୀ ) : ଆଜି ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତିର ସ୍ଥାନୀୟ ପାଣିଗ୍ରାହୀପେଣ୍ଠ ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଏକ ମାସିକ ବୈଠକ ସମିତିର ଉପସଭାପତି ନରସିଂହ ପାଢୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ରାହ୍ମଣମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବନେଇ ଆଗାମୀ ଜାନୁଆରୀ ୧ ତାରିଖରେ ସମିତିର ସମସ୍ତ ସଭ୍ୟମାନଙ୍କୁ ନେଇ ଦକ୍ଷିଣାଂଚଳ ରାଜଶ୍ୱ କମିଶନର ଓ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଥିଲା । ଏବଂ ଖ୍ରୀଷ୍ଠ ନବ ବର୍ଷକୁ ହିନ୍ଦୁମାନେ ପାଳନ ନ କରି ଚୈତ୍ର ମାସ ଶୁକ୍ଲ ପକ୍ଷ ପ୍ରତିପଦା ତିଥୀକୁ ନବ ବର୍ଷ ପାଳନ କରିବା ପାଇଁ ଆଲୋଚନା କରାଯାଇଥିଲା । ଏହି ଅବସରରେ ସମିତିର ସମ୍ପାଦକ ସନ୍ତୋଷ କୁମାର ତ୍ରିପାଠୀ,କୋଷାଧ୍ୟକ୍ଷ ଅପୁର୍ବ କୁମାର ଆଚାର୍ଯ୍ୟଙ୍କ ସମେତ ସମସ୍ତ ସଭ୍ୟ ଓ କାର୍ଯ୍ୟକାରିଣି ସଭ୍ୟମାନେ ଉପସ୍ଥିତ ଥିଲେ ।

Advertisement