ବ୍ରହ୍ମପୁର ୧୭ା୧୧(ଡି.ଏଚ/ଇ.ରଞ୍ଜନ) : ଖଲିକୋଟ ଷ୍ଟାଡିଅମ ପରିସରରେ ଆୟୋଜିତ ମହାନଗର ପୁସ୍ତକ ମେଳାର ୯ମ ସନ୍ଧ୍ୟାରେ ଓଡିଶା ସାହିତ୍ୟ ଏକାଡେମୀ ସୌଜନ୍ୟରୁ “କବି ସୂର୍ଯ୍ୟ ବଳଦେବ ରଥ ସାହିତ୍ୟ ସନ୍ଧ୍ୟାରେ ଓଡିଶାର ବିଶିଷ୍ଟ କବି ବିପ୍ର ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ l ମୁଖ୍ୟ ଅତିଥି ରୂପେ ଅନନ୍ତରାମ କୌଣ୍ଡନ୍ୟ ଯୋଗ ଦେଇ ଓଡିଶା ସାହିତ୍ୟରେ କବିସୂର୍ଯ୍ୟଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ସମ୍ମାନିତ ଅତିଥି କବି ବଳରାମ ପାଢୀ ଓ ନିରଞ୍ଜନ ତ୍ରିପାଠୀ ମଞ୍ଚାସିନ ଥିଲେ l ମୁଖ୍ୟ ବକ୍ତା ଭାବେ ସୁରେଶ ପଣ୍ଡା ଯୋଗଦେଇ ଥିଲେ l ଯୁବ ବକ୍ତା ଭାବେ ଜ୍ଞାନସାଗର ଯୋଗଦେଇ ଥିଲେ ଏହି ସଭାରେ ସମସ୍ତ କବି ମାନେ ଉପସ୍ଥିତ ରହି ଏହି ସଭା ସମାପ୍ତି କରିଥିଲେ ।

















