ବ୍ରହ୍ମପୁର,୧୬।୧୧(ଡି.ଏଚ/ହିମାଂଶୁ ପଢି ) :କବିସୂର୍ଯ୍ୟନଗର କଲ୍ୟାଣ ମଣ୍ଡପ ଠାରେ “ମିଡ଼ିଆ ହାଉସ” ଓ ଓଡିଶା କର୍ମଜିବି ସାମ୍ବାଦିକ ସଂଘ ମିଳିତ ଆନୁକୂଲ୍ୟରେ”ଜାତୀୟ ସାମ୍ବାଦିକ ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ-୨୦୧୯” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଆସ୍କା ଲୋକସଭା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ,ବିଧାୟିକା ଆସ୍କା,ବିଧାୟିକା କବିସୂର୍ଯ୍ୟନଗର ଯୋଗ ଦେଇଛନ୍ତି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସାମ୍ବାଦିକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

















