Friday, September 25, 2026
ADVERTISEMENT
Home ମନୋରଞ୍ଜନ ଶାହାରୁଖଙ୍କ ପୁଅ ଆର୍ୟନ୍ କରିବେ ଡେବ୍ୟୁ !

ଶାହାରୁଖଙ୍କ ପୁଅ ଆର୍ୟନ୍ କରିବେ ଡେବ୍ୟୁ !

300
ADVERTISEMENT

ନୂଆଦିଲ୍ଲୀ, ୨୦/୬(ଏଜେନ୍ସି) : ବଲିଉଡ୍‌ରେ ପପୁଲାର ଷ୍ଟାର୍‌ କିଂଗ ଖାନ ଶାହାରୁଖ୍‌ ପୁଅ ଆର୍ୟନ୍‌ ସେ ଏବେ ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆରେ ଫିଲ୍ମମେକିଂ କୋର୍ସ କରୁଛନ୍ତି। ତେବେ ଶାହରୁଖଙ୍କ ଫ୍ୟାନ ପାଇଁ ଏକ ବିଶେଷ ଖବର। ଆର୍ୟନ୍‌ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ବାପା ଶାହାରୁଖଙ୍କ ସହ ଡେବ୍ୟୁ କରିବାକୁ ଯାଉଛନ୍ତି ପୁଅ ଆର୍ୟନ୍। ହେଲେ ଚଳଚ୍ଚିତ୍ର ମାଧ୍ୟମରେ ସେ ଡେବ୍ୟୁ କରିବେ ନାହିଁ। ଚଳଚ୍ଚିତ୍ରରେ ଭଏସ୍‌ ଦେଇ ଆର୍ୟନ୍‌ ଶାହାରୁଖଙ୍କ ସହ ଡେବ୍ୟୁ କରିବାକୁ ଯାଉଛନ୍ତି। ହଲିଉଡ୍‌ ଫିଲ୍ମ ‘ଦ ଲାୟନ କିଙ୍ଗ’ର ହିନ୍ଦୀ ଭର୍ସନରେ ସୁପରଷ୍ଟାର ଶାହରୁଖ ଖାନ କିଙ୍ଗ ମୁଫ୍‌ସା ଓ ତାଙ୍କ ପୁଅ ଆର୍ୟନ ଖାନ କିଙ୍ଗ ମୁଫ୍‌ସାଙ୍କ ପୁଅ ସିମ୍ବା ଚରିତ୍ର ପାଇଁ ଭଏସ୍‌ ଦେବେ। ଏନେଇ ଶାହରୁଖ କହିଛନ୍ତି ଯେ ‘ଦ ଲାୟନ କିଙ୍ଗ’ ଫିଲ୍ମ ତାଙ୍କ ପୂରା ପରିବାରକୁ ପସନ୍ଦ। ଜଣେ ବାପା ଭାବେ ସେ ମୁଫ୍‌ସା ଓ ତାଙ୍କ ପୁଅ ସିମ୍ବା ଚରିତ୍ରକୁ ଭଲ ଭାବେ ବୁଝି ପାରୁଛନ୍ତି। ନିଜ ପୁଅ ସହିତ ‘ଦ ଲାୟନ କିଙ୍ଗ’ରେ ଯୋଡ଼ି ହୋଇଥିବାରୁ ସେ ବହୁତ ଖୁସି।

Advertisement