ବ୍ରହ୍ମପୁର,୧୬।୧୧(ଡି.ଏଚ/ହିମାଂଶୁ ପାଢ଼ୀ ) : ରାଜ୍ୟର ଜାତୀୟ ଆନ୍ଦୋଳନରେ ବିଶିଷ୍ଠ ଭୂମିକା ନିର୍ବାହ କରିଥିବା ଜାତୀୟ ଭବନ ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ମାସିକ ବୈଠକ ସଭାପତି ପ୍ରଫେସର. ଡ.ରବିନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉପଦେଷ୍ଟା ପ୍ରଫେସର ଡ.ବ୍ରଜ ମୋହନ ଶାସମଲ, ଆଇନ ପରାମର୍ଶଦାତା ଜିତେନ୍ଦ୍ର କୁମାର ପଟ୍ଟନାୟକ ,କାର୍ଯ୍ୟକାରୀ ସଭାପତି ରାଧାଚରଣ ନାୟକ,ସାଧାରଣ ସଂପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ, ପ୍ରମୁଖ ମଞ୍ଚାସୀନ ହୋଇ ବୈଠକ ଉଦଘାଟନ କରିଥିଲେ। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସମୁହ ଗାନ କରାଯାଇଥିଲା।
ସାଧାରଣ ସଂପାଦକ ଶ୍ରୀପଲ୍ଲବ ସଂପାଦକୀୟ ବିବରଣୀ ପାଠକରି ବ୍ରହ୍ମପୁର ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏବଂ ଭାରତୀୟ ରେଳମନ୍ତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଥିବା ରେଳ ଚଳାଚଳ ସଂପର୍କିତ ସ୍ମାରକପତ୍ର ପଢି ସଭାକୁ ଅବଗତ କରାଇଥିଲେ। ଏଥିସହିତ ରାଜ୍ୟ ସରକାର ବର୍ତ୍ତମାନ ପ୍ରଚଳନ କରିବାକୁ ଯାଉଥିବା ମଦ ବ୍ୟବସାୟର ସାର୍ବଜନୀନ ବ୍ୟବସ୍ଥାକୁ ସଭାରେ ତୀବ୍ର ସମାଲୋଚନା କରାଯାଇ ଦୃଢ ପ୍ରତିବାଦ କରାଯାଇଥିଲା।ମଦ କାରବାରକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଶେଷକରି ଆଦିବାସୀ ବହୁଳ ଅଞ୍ଚଳ ମାନଙ୍କରେ ମହିଳାମାନେ ତୀବ୍ର ବିରୋଧ କରୁଥିବା ବେଳେ ରାଜ୍ୟ ସରକାରଙ୍କ ମଦ କାରବାର ବ୍ୟବସ୍ଥା ଅତ୍ୟନ୍ତ ନିନ୍ଦନୀୟ ବୋଲି ମତ ପ୍ରକାଶ ପାଇଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇ ଗଣ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନିଆଗଲା ଏହି ବୈଠକରେ କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ ସଂଗଠନ ସଂପାଦକ ଚିତ୍ତରଞ୍ଜନ ପଣ୍ଡା , ଉପସଭାପତି ଗୋପାଳକୃଷ୍ଣ ପାଢୀଙ୍କ ସମେତ ଡାକ୍ତର ପ୍ରାଣଚାନ୍ଦ ପଣ୍ଡା ,ହାଡିବନ୍ଧୁ ମାଳି, ଶ୍ରୀମତୀ ପ୍ରମୋଦିନୀ ପଣ୍ଡା, ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

















