ବାଲିଗୁଡ଼ା,୧୬।୧୧(ଡି.ଏଚ/ଟିକି ଦଣ୍ଡିଆ ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ରକ ଫିୟୁଜନ ମେଲୋଡ଼ି ଟିମ ସୁନ୍ଦର ପରିଦର୍ଶନରେ ଦର୍ଶକଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସ ଦେଖିବାକୁ ମିଳିଥିଲା । ଏହି ମେଲୋଡ଼ିର ଆୟୋଜକ ବାଲିଗୁଡ଼ା ରୋୟାଲ ପୂଜା କମିଟି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବାଲିଗୁଡ଼ା ପୁର୍ବତନ ବ୍ଲକ ଅଧକ୍ଷ ରବି ଚନ୍ଦ୍ର ପାଳ, ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ବେହେରା ଯୋଗ ଦେବା ସହ ରୋୟାଲ ପୂଜା କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀଙ୍କ କଣ୍ଠରେ ଏକ ସଂଗୀତ ପରିବେଷଣ କରିବା ସହ ରାସ୍ତାରେ ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଇବା ନେଇ ଦର୍ଶକଙ୍କୁ କହିଥିଲେ କାର୍ଯ୍ୟକ୍ରମରେ ବହୁ ଦର୍ଶକ ଯୋଗଦେଇ ଏହି କାର୍ଯ୍ୟକ୍ରମଟି ଶାନ୍ତି ଶୃଙ୍ଖଳା କରାଯାଇଥିଲା ।


















