ପାରଳାଖେମୁଣ୍ଡି,୧୫-୧୧(ଡି.ଏଚ/ପ୍ରଭାତ କୁମାର ପାତ୍ର ) : ପାରଳାଖେମୁଣ୍ଡି ସଦର ମହକୁମା ଠାରେ ଥିବା ନବଜୀବନ ଟ୍ରଷ୍ଟ ପରିସରରେ ଏଚ. ଡି. ଏଫ. ସି.ବ୍ୟାଙ୍କ. ଦ୍ଵାରା ପଣ୍ଡିତ ଜବାହରଲାଲ ନେହୁରୁଙ୍କ୧୩୦ତମ ଜୟନ୍ତୀ ଅବସରରେ ଶିଶୁ ଦିବସ ପାଳନ କରାଯାଇଥିଲା।ନବଜୀବନ ଟ୍ରଷ୍ଟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୂଖ୍ୟ ଅତିଥି ଭାବେ ସୁଶାନ୍ତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ କିଶୋର ନାୟିକ ବୋର୍ଡର ସଦସ୍ୟ ଭାଗ୍ୟ ଲକ୍ଷ୍ମୀ ନାୟକ, ଚାଇଲଡ଼ ଲାଇନର ସଦସ୍ୟ ନାଗେଶ୍ୱର ଚୋୖଧୁରୀ ପ୍ରମୂଖ ଯୋଗ ଦେଇଥିଲେ। ଏହି ଅଵସରରେ ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏ ସମସ୍ତ କାର୍ଯ୍ୟକ୍ରମକୁ ୟୁନିଟ ମେନେଜର ଜଗନ୍ନାଥ ପାଢ଼ୀ ପରିଚାଳନା କରିଥିଲେ।


















