Friday, November 20, 2026
ADVERTISEMENT
Home ଆଞ୍ଚଳିକ ବିଶ୍ବ ମଧୁମେହ ଦିବସ ଅବସରରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ

ବିଶ୍ବ ମଧୁମେହ ଦିବସ ଅବସରରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ

317
ADVERTISEMENT

କୁକୁଡ଼ାଖଣ୍ଡି,୧୪/୧୧(ଡି.ଏଚ/ଈ.ରଞ୍ଜନ) : ଆଜି ତା-୧୪ା୧୧ରିଖ ସ୍ଥାନୀୟ ଅନନ୍ତାଇ ଗ୍ରାମ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ବିଶ୍ବ ମଧୁମେହ ଦିବସ ଅବସରରେ ବ୍ରହ୍ମପୁର ରୁବି ଚକ୍ଷୁ ଚିକିତ୍ସାଳୟ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ବି. ନାଗେଶ୍ବର ରାଓ ସୁବୁଦ୍ଧି ଯୋଗଦେଇ ଲୋକମାନଙ୍କୁ ନିୟମିତ ରକ୍ତ ପରୀକ୍ଷା କରିବା ସହ ମଧୁମେହ ରୋଗ ବିଷୟରେ ସଚେତନତା ଓ ମଧୁମେହ ଜନିତ ଅନ୍ଧତ୍ବର ନିବାରଣ ଉପରେ ଅଲୋକପାତ କରିଥିଲେ । ଡା.ସୁବୁଦ୍ଧିଙ୍କ ତତ୍ବାବଧାନରେ ପ୍ରାୟ ୧୨୦ ଜଣ ଲୋକଙ୍କ ଚକ୍ଷୁ ଓ ରକ୍ତ ପରୀକ୍ଷା କରଯାଇଥିଲା । କାର୍ଯ୍ୟକ୍ରମରେ ମହନ୍ତ ଚିନ୍ମୟାନନ୍ଦ ମହାରାଜ,ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ,ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର କୁମାର ପାତ୍ର,ବନମାଳୀ ପ୍ରଧାନ , ବିଦ୍ୟାଳୟ ସଭାପତି ରାଧାକାନ୍ତ ପାତ୍ର, ସଞ୍ଜୟ ପାତ୍ର ,ପ୍ରମୁଖ ଗ୍ରାମବାସୀ ସହଯୋଗ କରିଥିଲେ ।

Advertisement