ବ୍ରହ୍ମପୁର,୧୪/୧୧(ଡି.ଏଚ/ହିମାଂଶୁ ପାଢ଼ୀ) : ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ 2019 ଆୟୋଜନ କରାଯିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଯୁବ ଉତ୍ସବ କାର୍ଯ୍ୟକ୍ରମର ବିସ୍ତୃତି ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲର 13 ବର୍ଷରୁ 35 ବର୍ଷ ମଧ୍ୟରେ ଯୁବ ପ୍ରତିଭା ମାନେ ପ୍ରାୟ 18ଟି ଵିଭଂ ଉପରେ ପ୍ରତିଯୋଗିତାରେ ଭାଗନେଇ ପାରିବେ । ଏଥିରେ ଲୋକନୃତ୍ୟ,ଲୋକ ଗୀତ ,ଏକାଙ୍କିକା , ହିନ୍ଦୁସ୍ଥାନ ସଂଗୀତ ,କର୍ଣ୍ଣାଟକ ସଂଗୀତ , ସୀତାରବାଦନ, ବଂଶୀ ବାଦନ , ତବଲା, ବୀଣା , ମୃଦଙ୍ଗ , ହାର୍ମୋନିୟମ , ଗୀତାର, ମଣିପୁରୀ,ଓଡିଶୀ, ଭାରତ ନାଟ୍ୟମ , କଥକ,କୁଚିପୁଡି, ଏବଂ ବକ୍ତୃତା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆଗ୍ରହୀ ପ୍ରତିଯୋଗୀ ମାନେ ନିଜ ନିଜର ପରିଚୟ ପତ୍ର ସହ ଉତ୍ସବରେ ଭାଗ ନେଇପାରିବେ। ବୈଠକରେ ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଧେଶକ ସଂସ୍କୃତି ବିଭାଗ କୃଷ୍ଣଚନ୍ଦ୍ର ନିସାଙ୍କ ,ଏନ.ଏସ.ଏସ .ଅଫିସର ସ୍ଵର୍ଣ୍ଣଲତା ପଟନାୟକ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠି , ରିଡର ସତୀଶ ପ୍ରସାଦ ନାୟକ, ଜାତୀୟ ଯୁବ ପୁରସ୍କାର ପ୍ରାପ୍ତ ଅଞ ଶତପଥୀ, ପର୍ଯ୍ୟଟନ ଭାରତ ନିର୍ଦ୍ଧେଶକ ନାରାୟଣ ମହାଙ୍କୁଡ, ନୃତ୍ୟ ଗୁରୁ ଲକ୍ଷ୍ମଣ ଦାସ , ନେହୁରୁ ଯୁବ କେନ୍ଦ୍ର ସ୍ବେଛାସେବୀ ଇଜୁ ଅମିନ ଖାନ ପ୍ରମୁଖ ଉପସ୍ଥିତ ଥିଲେ ।

















