Friday, November 20, 2026
ADVERTISEMENT
Home ଆଞ୍ଚଳିକ ସରକାରୀ ବୃତ୍ତି ପରୀକ୍ଷାରେ ସଫଳତା….

ସରକାରୀ ବୃତ୍ତି ପରୀକ୍ଷାରେ ସଫଳତା….

357
ADVERTISEMENT

ବ୍ରହ୍ମପୁର,୧୪/୧୧(ଡି.ଏଚ/ହିମାଂଶୁ ପାଢ଼ୀ) : ବ୍ରହ୍ମପୁର ଉପକଣ୍ଠ ଶ୍ରୀ ବିବେକାନନ୍ଦ ବିଦ୍ୟାମନ୍ଦିର ଲକ୍ଷ୍ମୀନୃସିଂହ ସାହିର ତୃତୀୟ ଓ ପଞ୍ଚମ ଶ୍ରେଣୀର ଶିଶୁଗଣ ଚଳିତବର୍ଷ ସରକାରୀ ବୃତ୍ତିପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିପାରିଛନ୍ତି । ଚଳିତବର୍ଷ ରଙ୍ଗେଇଲୁଣ୍ଡା ବ୍ଳକ ଅଧୀନରେ ସରକାରୀ ବୃତ୍ତି ପରୀକ୍ଷା ଦେଇଥିବା ତୃତୀୟ ଓ ପଞ୍ଚମ ଶ୍ରେଣୀର ୬ଜଣ ଶିଶୁଙ୍କ ମଧ୍ୟରୁ ୪ଜଣ ଶିଶୁ କୃତକାର୍ଯ୍ୟ ହୋଇ ବିଦ୍ୟାଳୟରେ ଖୁସିର ଲହରୀ ଖେଳାଇ ଦେଇଛନ୍ତି । ତୃତୀୟ ଶ୍ରେଣୀର ଶ୍ରୀମାନ୍ କେ.ଅଭିଶେକ ସୁବୁଦ୍ଧି ୪ର୍ଥସ୍ଥାନ,ଏସ୍.ତନିଷାପୃଷ୍ଟି ୧୧ସ୍ଥାନ ହାସଲ କରିଥିବାବେଳେ ୫ମଶ୍ରେଣୀର ସୁଶ୍ରୀ ରିତିମୁକ୍ତା ବେହେରା ୭ମସ୍ଥାନ ଓ ଶ୍ରୀମାନ୍ ଦୀପକ କୁମାର ସାହୁ ୧୨ ସ୍ଥାନ ହାସଲ କରିପାରିଛନ୍ତି । ଏହି ଅବସରରେ ଶ୍ରୀ ବିବେକାନନ୍ଦ ବିଦ୍ୟାମନ୍ଦର ପ୍ରାଙ୍ଗଣରେ ଏକ ସଭାର ଆୟୋଜନ କରାଯାଇ ଉକ୍ତ ଶିଶୁଗଣଙ୍କୁ ଭବ୍ୟସମ୍ବର୍ଥନା ଦିଆଯାଇଥିଲା । ଉକ୍ତସଭାରେ ବହୁ ଅଭିଭାବକ ବିଦ୍ୟାଳୟର ଆଚାର୍ଯ୍ୟ,ଆଚାର୍ଯା ଉପସ୍ଥିତ ରହି ଶିଶୁଗଣଙ୍କର ଭବିଷତ୍ୟ ସୁଭକାମନା ଆଶା କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଏ.ପ୍ରଶାନ୍ତ ସେନାପତି ଓ ସଭାପତି ମିହିର ରଞ୍ଜନ ତ୍ରିପାଠି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ |

Advertisement