Friday, November 20, 2026
ADVERTISEMENT
Home ଆଞ୍ଚଳିକ ରକ୍ତ ଦେଇ ଉଦାହରଣ ସୃଷ୍ଟି କଲେ ଜିଲ୍ଲାପାଳ

ରକ୍ତ ଦେଇ ଉଦାହରଣ ସୃଷ୍ଟି କଲେ ଜିଲ୍ଲାପାଳ

555
ADVERTISEMENT

ବ୍ରହ୍ମପୁର,୧୪/୧୧(ଡି.ଏଚ/ହିମାଂଶୁ ପାଢ଼ୀ) : ଜିଲ୍ଲାପାଳ ହେବ ତ ଏମିତି। ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି ଗଂଜାମ ଜିଲ୍ଲାର ଏହି ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ। ଆଜି ଏକ ରକ୍ତଦାନ ଶିବିରକୁ ଉଦଘାଟନ କରି ନିଜେ ରକ୍ତ ଦାନ କରି ସମସ୍ତକୁଂ ଉସ୍ଛାହିତ କରିବା ସହ ଅନ୍ୟ ମାନକଂ ପାଇଁ ଉଦାହରଣ ପାଲଟିଛନ୍ତି। “ମୋ ହସ୍ପିଟାଲ ମୋ ଗର୍ବ ” କାଯ୍ୟକ୍ରମ ବ୍ରହ୍ମପୁର ସିଟି ହସ୍ପିଟାଲ ପରିସରରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଏକ ରକ୍ତଦାନ ଶିବିର କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ନିଜେ ରକ୍ତଦାନ କରି ଉପସ୍ଥିତ ବ୍ୟକ୍ତିଙ୍କୁ ରକ୍ତଦାନ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ସ୍ଥାନରେ ରୋଗୀ ରକ୍ତ ବୁନ୍ଦାଏ ପାଇଁ ଛଟପଟ ହୋଇ ମରୁଛନ୍ତି । “ମୋ ହସ୍ପିଟାଲ ମୋ ଗର୍ବ” ଦ୍ବାରା ଲୋକକୁଂ ଉତ୍ତମ ସ୍ବାସ୍ଥ୍ୟସେବା ସହ ହସ୍ପିଟାଲର ବିକାଶ କେମିତି ହେବ ସେନେଇ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି ।

Advertisement