ବ୍ରହ୍ମପୁର,୧୪/୧୧(ଡି.ଏଚ/ଗୁରୁ ପ୍ରସାଦ) : ଛତ୍ରପୁର ବ୍ଳକ ଅଧିନସ୍ଥ ରଘନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରଘନାଥପୁର, ଗଞ୍ଜାମରେ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସ୍ମୃତିଚାରଣ ତଥା ଦିବସ କାର୍ଯ୍ୟକ୍ରମ ମହାଆଡମ୍ବର ସହକାରେ ପରିପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବିଘ୍ନେଶ୍ୱର ପଣ୍ଡାଙ୍କ ସଭାପତିତ୍ବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଶିଶୁ ଦିବସ କାର୍ଯ୍ୟକ୍ରମ ପରିପାଳିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ନିଜନିଜର ଅଭିଭାଷଣ ରଖିବା ସହ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଠାରୁ କିଛି ଉପଦେଶ ପାଇବା ସଙ୍ଗେ ସଙ୍ଗେ ଚିରଦିନ ପର୍ଯ୍ୟନ୍ତ ସମସ୍ତେ ଶିଶୁ ହୋଇ ରହିବେ ବୋଲି ଶପଥ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟ ରେ ମିଷ୍ଟାନ୍ନ ବଣ୍ଟନ ପରେ କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ। ଏବଂ ପରିଶେଷରେ ଛାତ୍ର/ଛାତ୍ରୀମାନେ ଖୁସି ଅନୁଭବ କରି ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିଥିବା ବିଷୟକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଘ୍ନେଶ୍ୱର ପଣ୍ଡା ଘୋଷଣା କରିଥିଲେ।

















