କୁକୁଡ଼ାଖଣ୍ଡି,୧୩/୧୧(ଡି.ଏଚ/ଈ.ରଞ୍ଜନ ) : ସଦର ଥାନା ଅନ୍ତର୍ଗତ ଲୋଚାପଡା ଗ୍ରାମର ରାସ୍ତା କଡରୁ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ମହିଳା ଜଣକ ଅସୁସ୍ଥ ଥିବା ବେଳେ ସେ ପାରିବାରିକ କଳହର ଶିକାର ହୋଇଥିବା ଜଣାପଡିଛି। ୫ ବର୍ଷ ପୂବେ ମହିଳା ତାକଂ ସ୍ବାମୀକଂ ଠାରୁ ଅଲଗା ରହୁଥିବା ବେଳେ ତାକଂର ଦୁଇଟି ପିଲା ତାକଂ ବାପା ପାଖରେ ରହୁଛନ୍ତି। ମହିଳା ଜଣକଂ ମାନସିକ ଅଗ୍ରସର ଅଟନ୍ତି। ମହିଳା ଜଣକ ରାସ୍ତାକଡରେ ଅସହାୟ ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କ ସମ୍ପର୍କରେ ନିମଖଣ୍ଡି ଫାଣ୍ଡିକୁ ସୂଚନା ଦେଇଥିଲେ। ଉକ୍ତ ମହିଳାଙ୍କୁ ସେଠାରୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ ପରିସରରେ ଥିବା ସଖୀ ୱାନ୍ ଷ୍ଟପ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। ମହିଳାଙ୍କ ନାମ ରାଜେଶ୍ୱରୀ ସାହୁ ଏବଂ ତାଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁମଣ୍ଡି ବୋଲି ଜଣାପଡିଛି। ତାଙ୍କ ସ୍ୱାମୀଙ୍କ ନାମ ପ୍ରଭାକର ସାହୁ ଓ ଦୁଇ ପିଲା ଥିବା ସେ କହିଛନ୍ତି। ୨୦୧୫ମସିହାରେ ଦିଲ୍ଲୀରେ ହୋଇଥିବା ପାରା ମେଡିକାଲ ଛାତ୍ରୀ ନିର୍ଭୟା ଗଣ ବଳାତ୍କାର ମାମଲା ପରେ କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ସବୁ ରାଜ୍ୟରେ ସବୁ ଜିଲ୍ଲାରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଓ ନ୍ୟାୟ ପ୍ରଦାନ ପାଇଁ ଏଭଳି ସଖୀ କେନ୍ଦ୍ର ଖୋଲାଯାଇଛି। ଏଠାରେ ଉଦ୍ଧାର ହୋଇଥିବା ମହିଳାଙ୍କୁ କାଉନସେଲିଂ କରି ତାଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ପରେ ସମସ୍ୟାର ସମାଧାନ କରାଯିବ ବୋଲି ଫାଣ୍ଡି ଅଧିକାରୀ ପ୍ରଫୁଲ ଶତପଥି କହିଛନ୍ତି।

















