ବ୍ରହ୍ମପୁର,୧୩/୧୧(ଡି.ଏଚ) : ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର ଭାବରେ ପରିଚିତ ବ୍ରହ୍ମପୁର ନଗରୀରେ କେତେକ ସପିଂ ମାଲରେ ଏହି ପ୍ରକାର ମନମୁଖି କାରବାର ଚାଲିଛି, ଏହାର ଏକ ଦୃଷ୍ଟନ୍ତ ଦେଖିବାକୁ ମିଳିଛି l ବ୍ରହ୍ମପୁର ନଗରୀର କେନ୍ଦ୍ର ତଥା ପୁରୁଣା ବସଷ୍ଟାଣ୍ଡ ଓ ସିଟି ହସ୍ପିଟାଲନିକଟରେ ଅବସ୍ଥିତି ବିଶାଲ ମେଗା ମାର୍ଟ ରେ ,ଏହି ସପିଂ ମାଲରେ ଗ୍ରାହକମାନେ ଯଦିଓ କୌଣସି ଜିନିଷ କିଣିବେ ତେବେ ତାହା ନେବା ପାଇଁ ଏକ କ୍ୟାରିବେଗ ବାଧ୍ୟ ! ଗୋଟିଏ କ୍ୟାରିବେଗ ପାଇଁ 14 ଟଙ୍କା ଦେବାକୁ ପଡୁଛି l ଉକ୍ତ ମାଲରେ ବିଭିନ୍ନ ଧରଣ କ୍ୟାରିବେଗତଥା 9ଟଙ୍କା,12ଟଙ୍କା,14 ଟଙ୍କା ଇତ୍ୟାଦି ଦେବାକୁ ପଡୁଛି l ଏହା ମଧ୍ୟ ସ୍ୱଷ୍ଟ ଯେ ଉକ୍ତ ବ୍ୟାଗରେ ନାମ ଲୋଗୋ ଛପା ଯାଇ ତାହା ବିକ୍ରି କରାଯାଉଛି l ଯଦି ଜଣେ ଗ୍ରାହକ ଏହି ମାଲରେ 20 ଟଙ୍କା ଦେଇ ଏକ ସାଧରଣ ପାଣି ବୋତଲ କ୍ରୟ କରିଥାଏ ତେବେ ମଧ୍ୟ ସେ 14 ଟଙ୍କା ଦେଇ କ୍ୟାରିବାଗ ନେବାକୁ ବାଧ୍ୟ l ଉକ୍ତ ମାଲରେ ସମ୍ପୂର୍ଣ୍ଣ ଏକ ଚାଟିଆ ଓ ମନମୁଖୀ କାରବାର ବୋଲି ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l


















