ବ୍ରହ୍ମପୁର,୧୨/୧୧(ଡିଏଚ/ଇ ରଞ୍ଜନ):ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଆନୁକୂଲ୍ୟରେ ମହାନ ସ୍ବତନ୍ତ୍ରତା ସେନା ମୌଲାନା ଅବୁଲ କାଲାମ ଆଜାଦଙ୍କ ୧୩୨ ତମ ଜୟନ୍ତୀ ସଭାପତି କୃଷ୍ଣ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଥଲା ।

ସାଧାରଣ ସମ୍ପାଦକ ମହମ୍ମଦ ଆସଲାମଙ୍କ ବିବରଣୀ ପ୍ରଦାନ ପରେ ସର୍ବଶ୍ରୀ ଜିତେନ୍ଦ୍ର ନାଥ ପଟ୍ଟନାୟକ, ଦେବୀ ପ୍ରସାଦ ମହାପାତ୍ର, ଡା.ଚନ୍ଦ୍ରମଣି ସ୍ଵାଇଁ, ସୁବାସ ଚନ୍ଦ୍ର ପଟ୍ଟନାୟକ, ଇଂ ପ୍ରଫୁଲ କୁମାର ତ୍ରିପାଠୀ, ଗୋପାଳ କୃଷ୍ଣ ଡାକୁଆ ପ୍ରମୂଖ ଆଜାଦଙ୍କ ତ୍ୟାଗ, ଦେଶାତ୍ମବୋଧ ଓ ଭାରତୀୟ ଶିକ୍ଷାଜଗତକୁ ଦିଗଦର୍ଶନ ବିଷୟରେ ଆଲୋଚନା କରାଯାଇଥିଲା। ଶେଷରେ ଶ୍ରୀମତୀ ଜୋତ୍ସ୍ନାରାଣୀ ସ୍ଵାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

















