Sunday, September 20, 2026
ADVERTISEMENT
Home ଆଞ୍ଚଳିକ ବ୍ଳକସ୍ତରୀୟ ସାମୁହିକ ମକଡ଼୍ରିଲ

ବ୍ଳକସ୍ତରୀୟ ସାମୁହିକ ମକଡ଼୍ରିଲ

748
ADVERTISEMENT

ହିଞ୍ଜିଳିକାଟୁ, ୧୯/୬(ଶେଷଦେବ ସାହୁ): ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପଞ୍ଚାୟତ ସମିତିର ମିଳିତ ସହଯୋଗରେ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀ ପକ୍ଷରୁ ବୁଧବାର ଦିନ ସାମୁହିକ ମକଡ଼୍ରିଲ ପ୍ରଦର୍ଶନ କରାଯାଇଥିଲା । ହିଞ୍ଜିଳିକାଟୁ ବ୍ଳକରେ ୬ଟି ବନ୍ୟା ଆଶ୍ରୟସ୍ଥଳୀ ଯଥା ବୁରୁପୋଡ଼ା, ଖଣ୍ଡରା, ରାଳବ, ବଳରାମପୁର, ଆଲପୁର ଓ ଖରିଡ଼ା ଗ୍ରାମରେ ରହିଥିବା ବେଳେ ବୁଧବାର ଦିନ ବଳରାମପୁର ଓ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ମକ୍ଡ଼୍ରିଲ ପ୍ରଦର୍ଶନ କରାଯାଇଥିଲା ।

ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ ବୁଧବାର ହିଞ୍ଜିଳି ଗସ୍ତରେ ଆସି ଆଲପୁର ଓ ରାଳବ ଗ୍ରାମରେ ରହିଥିବା ବନ୍ୟା ଆଶୟସ୍ଥଳୀର ତଦାରଖ କରିଥିଲେ । ସ୍ଥାନୀୟ ଅଗ୍ନିଶମ ବାହିନୀର ଭାରପ୍ରାପ୍ତ ଅଧିକାରୀ ଲବ ନାୟକଙ୍କ ନେତୃତ୍ୱରେ ହାବିଲଦାର ପ୍ରଦୀପ୍ତ କୁମାର ବେହେରା, ମୁକ୍ତିକାନ୍ତ ଜେନା, ସତ୍ୟରାମ ନାୟକ, ନଳିନୀକାନ୍ତ ସେଠୀ, ହେମନ୍ତ କୁମାର ବେହେରା, ବିରେନ୍ଦ୍ର ଜେନା ପ୍ରମୁଖ ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରକ୍ଷା ପାଇବାଲାଗି ବିଭିନ୍ନ ପ୍ରକାର ରଣକୌଶଳ ପ୍ରଦର୍ଶନ କରିବା ସହ ଶିକ୍ଷା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବିଡ଼ିଓ ପ୍ରସନ କୁମାର ପାତ୍ର ଓ ଏବିଡ଼ିଓ ଧରଣୀଧର ଭୂୟାଁ ତଦାରଖ କରିଥିଲେ ।

Advertisement