ମେଦିନୀପୁର,୭/୧୧(ଡି.ଏଚ/ଇ.ରଞ୍ଜନ)-ଚାଷୀଙ୍କୁ ହାତୀଙ୍କ ଫସଲ ନଷ୍ଟ ଚିନ୍ତା ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ଅନ୍ତର୍ଗତ ମେଦିନୀପୁର ଏବଂ ଟମଣା ଗାଁରେ ହାତୀ ଆତଙ୍କ। ସନ୍ଧ୍ୟା ହେଲେ ହାତୀମାନେ ଆସି ଚାଷଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରୁଥିବାକୁ ନେଇ ଅଞ୍ଚଳ ବାସି ଦିନ ରାତି ଚାଷୀ ଜମିକୁ ଚାହିଁ ବସିଛନ୍ତି । ପ୍ରଥମେ ଲଘୁଚାପ ଜନିତ ବର୍ଷା ଓ ପରେ ହାତୀପଲ ଚାଷ ଜମି ଉଜାଡ଼ି ଦେଇଥିବାରୁ ମେଦିନୀପୁର ଚାଷୀଙ୍କ ମୁଣ୍ଡରେ ଏବେ ଚଡକ ପଡିଛି ।ଏହି ଗାଁଟି ପାହାଡ଼ ପାର୍ଶ୍ୱରେ ଥିବାରୁ ପ୍ରତ୍ୟେକ ବର୍ଷ ଧାନ ଅମଳ ସମୟରେ ଜଙ୍ଗଲୀ ହାତୀ ମାନେ ଆସି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି । ଋଣ ଆଣି ଚାଷ କରିଥିବା ଚାଷୀ ମାନେ କହିଛନ୍ତି ଆଉ ଚାଷ କରିବାକୁ ଆମର ଇଚ୍ଛା ନାହିଁ। କାହିଁକି ବା କରିବୁ ସବୁ ତ ନଷ୍ଟ କରିଦେଉଛନ୍ତି ଏହି ହାତୀପଲ । ଅନ୍ୟପଟେ ଏ ନେଇ ପ୍ରଶାସନକୁ ମଧ୍ୟ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ଏ ସମସ୍ୟାର ସ୍ଥାୟୀ ସମାଧାନ କରୁନାହିଁ ବୋଲି ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ରାତି ଅନିଦ୍ରା ହୋଇ ଚାଷ ଜମି ଜଗି ରହୁଥିଲେ ସୁଦ୍ଧା ହାତୀଙ୍କ କବଳରୁ ବଞ୍ଚାଇବା ସକ୍ଷମ ହେଉନାହାନ୍ତି। ହାତୀମାନଙ୍କ ଦ୍ୱାରା ହେଉଥିବା କ୍ଷୟକ୍ଷତିର ଭରଣ ସରକାର ବହନ କରୁଥିଲେ ସୁଦ୍ଧା ସମସ୍ତ ଚାଷୀ ପାଇ ପାରୁନାହାନ୍ତି। ବନ ବିଭାଗର ମଧ୍ୟ କୋୖଣସି ଅଧିକାରୀ ମଧ୍ୟ ଏ ପ୍ରତି ଦୃଷ୍ଟି ଦେଉନଥିବା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ବନବିଭାଗର କର୍ମଚାରୀ କହିଛନ୍ତି ଆମେ ପ୍ରତ୍ୟେକ ଦିନ ହାତୀଙ୍କୁ ଅନ୍ୟତ୍ର ସ୍ଥାନlନ୍ତର ପାଇଁ ଚେଷ୍ଟା କରିଛୁ l ଜଙ୍ଗଲ ବିଭାଗ ଓ ରାଜସ୍ଵ ବିଭାଗର ଅଧିକାରୀ ତଦନ୍ତ କରି ନିଜ ତରଫରୁ ଅଞ୍ଚଳବାସି ପକ୍ଷରୁ ଗଂଜାମ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ କେବେ ପ୍ରଶାସନ ଏହି ଚାଷୀଙ୍କ ଦୁଃଖ ଶୁଣିବ ତାହାକୁ ହିଁ ଅପେକ୍ଷା ।

















