ବୋରିଗୁମ୍ମା ,୬/୧୧(ଡି.ଏଚ/ଦୟାନିଧି ପଟ୍ଟନାୟକ):ବୋରିଗୁମ୍ମା ସ୍ଥିତ ପୁରୁଣା ବୋରିଗୁମ୍ମା ଫୁଟବଲ ପଡିଆଠାରେ ମା ବୁଡ଼ି ଠାକୁରାଣୀ ଖଲାସୀ ସଙ୍ଘ ଦ୍ୱାରା ଆୟୋଜିତ ଓପେନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ମା ବୁଡ଼ି ଠାକୁରାଣୀ ଖଲାସୀ ସଙ୍ଘର ସଭାପତି ଶ୍ରୀ ଲାଲୁ ଷଡଙ୍ଗୀଙ୍କ ନେତୃତ୍ୱରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନନ୍ଦ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ନନ୍ଦ ଯୋଗ ଦେଇ ଫୁଟବଲ ଖେଳ ଶୁଭାରମ୍ଭ କରିଥିଲେ। ପ୍ରଥମ ଉଦଘାଟନୀ ମ୍ୟାଚରେ ବରପାଲି ଲେଡିସ କ୍ଲବ ସହ କଳାହାଣ୍ଡି ଜିଲ୍ଲା ଏମ ରାମପୁର ମଧ୍ୟରେ କଡା ଟକ୍କର ହୋଇଥିଲା। ଶେଷରେ ବରପାଲି ଲେଡିସ କ୍ଲବ ୩–୦ ଗୋଲ ରେ ବିଜୟୀ ହୋଇଛି। ମାବୁଡ଼ି ଠାକୁରାଣୀ ଖଲାସୀ ସଙ୍ଘ ର ସମ୍ପାଦକ ବାବୁଲା ନାଗ ଓ ଅର୍ଗାନାଇଜର ସମ୍ପାଦକ ଆପୁ ଖାନ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ। ରେଫେରି ଭାବେ କେଦାର ରାଉତ, ଦୁର୍ଗା ପ୍ରସାଦ ସିଂ,ଜନ ହରିଜନ ଓ ଜଗନ୍ନାଥ ମାଝି ଯୋଗ ଦେଇଥିଲେ। ପ୍ରକାଶ ଥାଉକି ମୋଟ ୮ ଗୋଟି ମ୍ୟାଚ ଟୁର୍ଣ୍ଣାମେଣ୍ଟରେ ଖେଳା ଯିବ । ଆସନ୍ତା ୧୩ ତାରିଖ ଦିନ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳା ଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଉପସ୍ଥିତ ରହି ଥିଲେ।

















