କୁକୁଡ଼ାଖଣ୍ଡି,୬/୧୧(ଡି.ଏଚ/ଇ.ରଞ୍ଜନ):କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧିନସ୍ତ ଗ୍ରାମପଞ୍ଚାୟତରେ ବେକାରୀ ସଂଖ୍ୟା ହ୍ରାସ କରିବା ନିମନ୍ତେ ସରକାରୀ ସ୍ତରରେ ଏକ ନିଯୁକ୍ତି ଶିବିର ବି.ଡ଼ି.ଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା lଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କାମାକ୍ଷା ପ୍ରସାଦ ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନବାଗତ ସାଂସଦଙ୍କ ବ୍ଲକ ପ୍ରତିନିଧି ରଘୁ ପ୍ରସାଦ ପାତ୍ର, ବକ୍ତାଭାବେ କେ. ମଣି ବାବୁଙ୍କ ସହ ବହୁ କର୍ମକର୍ତା ଉପସ୍ଥିତ ରହି ଦିନ ଦୟାଲ ଉପାଦେୟ ଗ୍ରାମୀଣ କୌଶଳ ଯୋଜନା ସରକାରୀ ପ୍ରଶିକ୍ଷଣ ସଂସ୍ଥାରେ କିପରି ଭାବେ ପ୍ରଶିକ୍ଷଣ ଦିଆଯାଉଛି ଏବଂ ପ୍ରଶିକ୍ଷଣ ପରେ କେଉଁଠlରେ ନିଯୁକ୍ତି ଦିଆଯିବ ଏହା ନେଇ ସମ୍ପୃକ୍ତ ଅଧିକାରୀଙ୍କୁ ବ୍ଲକ ବିଡ଼ିଓ ଅଧ୍ୟକ୍ଷ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥିଲେ l ଏବଂ ଏଥିରେ ନିଯୁକ୍ତି ନିମନ୍ତେ ପ୍ରାୟ ୮୦ ଜଣ ଇଛୁକ ଥିବା ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ କରିଥିଲେ l

















