Saturday, November 21, 2026
ADVERTISEMENT
Home ଆଞ୍ଚଳିକ ସାନଖେମୁଣ୍ଡି ପ୍ରକଳ୍ପ ଛତୁଆ ଉତ୍ପାଦନ କେନ୍ଦ୍ରକୁ ଅନୁଧ୍ୟାନ କଲେ ବିଧାନସଭା ଗୃହ କମିଟି

ସାନଖେମୁଣ୍ଡି ପ୍ରକଳ୍ପ ଛତୁଆ ଉତ୍ପାଦନ କେନ୍ଦ୍ରକୁ ଅନୁଧ୍ୟାନ କଲେ ବିଧାନସଭା ଗୃହ କମିଟି

468
ADVERTISEMENT

ସାନଖେମୁଣ୍ଡି,୦୫/୧୧ (ଡି.ଏଚ/ପ୍ରଫୁଲ୍ଲ ସାବତ) : ରାଜ୍ୟ ସରକାରଙ୍କ ମହିଳା ଶିଶୁ ବିକାଶ ବିଭାଗ ଦ୍ଵାରା ଗଞ୍ଜାମ ଜିଲ୍ଲାରେ ଚାଲିଥିବା ଛତୁଆ ଉତ୍ପାଦନ କେନ୍ଦ୍ରରେ ଅନିୟମିତତା ତଥା ନିକୃଷ୍ଠ୍ ଧରଣର ଛତୁଆ ବଣ୍ଟନ ଅଭିଯୋଗକୁ ଅନୁଧ୍ୟାନ କରାଯିବାକୁ ସରକାର ନିଷ୍ପତି ନେଇଛନ୍ତି l ଏହି କ୍ରମରେ ପତ୍ର ସଂଖ୍ୟା- ୧୦୨୪୫ ପ୍ରକାରେ ବରିଷ୍ଠ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କ ନେତୃତ୍ୱରେ ଏକ ଦଶ ଜଣିଆ କମିଟି ଜିଲ୍ଲାର ସମସ୍ତ ଛତୁଆ ଉତ୍ପାଦନ କେନ୍ଦ୍ରକୁ ସରଜମିନ ଅନୁଧ୍ୟାନ କରୁଥିବା ଜଣାଯାଇଅଛି l ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅନୁଧ୍ୟାନ କାର୍ଯ୍ୟକ୍ରମ କରି ଆଜି ଅନୁଧ୍ୟାନ କରି କମିଟି ସାନଖେମୁଣ୍ଡି ବ୍ଲକ ସମନ୍ୱିତ ଶିଶୁ ବିକାଶ ସେବା ଯୋଜନା ଅନ୍ତର୍ଗତ ସମସ୍ତ ୨୪୭ କେନ୍ଦ୍ରକୁ ଛତୁଆ ପରିବେକ୍ଷଣ କରି ଯୋଗାଣ କରିବା ଦାୟିତ୍ବରେ ଥିବା କଙ୍କୋରଡ଼ା ସ୍ଥିତ ଶ୍ରୀ ଗୋପୀନାଥ ସ୍ଵୟଂ ସହାୟିକା ଗୋଷ୍ଠୀର ଛତୁଆ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି l
ବିଧାୟିକା ଶ୍ରୀମତୀ ଉଷା ଦେବୀଙ୍କ ନେତୃତ୍ୱରେ ଆସିଥିବା କମିଟିରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ସୂର୍ଯ୍ୟମଣି ଵୈଦ୍ୟ ସୁନନ୍ଦା ଦାସ୍,ବାସନ୍ତୀ ହେମ୍ବ୍ରମ,ସାବିତ୍ରୀ ଅଗ୍ରୱାଲ,ମିନାକ୍ଷୀ ମହାନ୍ତି ପ୍ରମୁଖ ବିଧାୟିକା ଛତୁଆ ଉତ୍ପାଦନ କେନ୍ଦ୍ରକୁ ଅନୁଧ୍ୟାନ କରିବାସହ ସଂସ୍କାର ପରିବେଷଣ ବ୍ୟବସ୍ଥାକୁ ତନଖି କରିଛନ୍ତି l ଏସ.ଏଚ. ଜି ର ସଭାନେତ୍ରୀ ଓ ସଂପାଦକାଙ୍କ ସହିତ ସଦସ୍ୟଙ୍କୁ ଭେଟି ଉତ୍ପାଦନ ପ୍ୟାକେଟକୁ ଯାଞ୍ଚ କରିଥିଲେ l ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡି,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶୁଭ୍ରାଂଶୁ ମହାରଣା,ଛତ୍ରପୁର ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡା,ଜିଲ୍ଲା ଯୋଜନା ଅଧିକାରୀ ବିନିତା ସେନାପତି ପ୍ରମୁଖ ମନ୍ତ୍ରଣାଳୟ କର୍ମକର୍ତ୍ତା ତନଖିରେ ଅଂଶ ଗ୍ରହଣ କରିଥିଲେ l

Advertisement