Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ବଧୂ ହତ୍ୟା ଅଭିଯୋଗ

ବଧୂ ହତ୍ୟା ଅଭିଯୋଗ

469
ADVERTISEMENT

ଗଞ୍ଜାମ, ୧୯/୬(ଦୁନିଆ ହାଲଚାଲ): ସାନଖେମୁଣ୍ଡି ପାଟପୁର ଥାନା ଅଧୀନ ପୋଡ଼ାମରି ଗାଁ’ରେ ମଙ୍ଗଳବାର ଦିନ ଜଣେ ବଧୂଙ୍କୁ ଯୌତୁକ ଦାବି ଜନିତ ନିର୍ଯାତନା କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବଧୂଙ୍କର ନାମ ପ୍ରଭାସିନୀ ସାହୁ। ୨୦୧୮ ମସିହା ଏପ୍ରିଲ୍‌ ୪ ତାରିଖରେ ପ୍ରଭାସିନୀ ପୋଡ଼ାମରି ଗ୍ରାମରେ ବନବିଭାଗ କର୍ମଚାରୀ ଭାବେ କାର୍ଯ୍ୟରତ ବାବୁ ସାହୁଙ୍କ ଜ୍ୟେଷ୍ଠପୁତ୍ର ଦେବାଶିଷ ସାହୁଙ୍କୁ ବିବାହ କରିଥିଲେ। ଗତ ରାତି ପ୍ରାୟ ୮ଟା ବେଳେ ପ୍ରଭାସିନୀଙ୍କ ବାପଘରକୁ ଖବର ହୋଇଥିଲା କି, ସେ ଅସୁସ୍ଥ ହୋଇ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। କିନ୍ତୁ ବାପଘର ଲୋକେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରି ସାରିଥିଲେ। ପ୍ରଭାସିନୀଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନାହିଁ। ବ୍ୟବଚ୍ଛେଦ ପାଇଁ ପ୍ରଭାସିନୀଙ୍କ ଶବ ଏବେ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ରଖାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଯାଇଁ ଦାବିର ସତ୍ୟତା ଜଣାପଡ଼ିବ ବୋଲି ଘଟଣାର ତଦନ୍ତ କରୁଥିବା ପାଟପୁର ପୁଲିସ କହିଛି।

Advertisement