Friday, November 20, 2026
ADVERTISEMENT
Home ଆଞ୍ଚଳିକ ଘଟକେଶ୍ୱର ପୀଠରେ ପୂଜାର୍ଚ୍ଚନା କଲେ ବାଚସ୍ପତି।

ଘଟକେଶ୍ୱର ପୀଠରେ ପୂଜାର୍ଚ୍ଚନା କଲେ ବାଚସ୍ପତି।

437
ADVERTISEMENT

ବ୍ରହ୍ମପୁର(ଡି.ଏଚ/ହିମାଂଶୁ ପାଢୀ):କୁକୁଡାଖଣ୍ଡି ବ୍ଲକର କକିଂଆ ପଞ୍ଚାୟତ ଟାମଣା ଘାଟିରେ ପୂଜାପାଉଥିବା ବାବା ଘଟକେଶ୍ୱର ପୀଠକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର । ଆଜି କାର୍ତ୍ତିକ ମାସର ୪ର୍ଥ ପାଳି ସୋମବାରରେ ଘଟକେଶ୍ୱର ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ପ୍ରତି ସୋମବାର ଏଠାରେ ଭକ୍ତଙ୍କ ଭିଡ ଜମିଥାଏ । ବ୍ରହ୍ମପୁର, ଚିକିଟି, ଗୋଳନ୍ଥରା,କୁକୁଡାଖଣ୍ଡି ଆଦି ସ୍ଥାନ ଓ ଏହାର ଆଖପାଖ ଅଞ୍ଚଳ ରୁ ବହୁ ଭକ୍ତ ମନ୍ଦିରକୁ ଦର୍ଶନ ପାଇଁ ଆସୁଛନ୍ତି। ହଜାର ହଜାର ଭକ୍ତଙ୍କ ସମାଗମ ମନ୍ଦିର ପରିବେଶକୁ ସରଗମ କରିଥିଲା । ଭକ୍ତମାନଙ୍କ ମନୋରଂଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନର ବ୍ୟବସ୍ଥା ମନ୍ଦିର ପରିଚାଳନା କମିଟି ତରଫରୁ ଆୟୋଜିତ କରାଯାଇଥିଲା । ବାଚସ୍ପତିଙ୍କ ସହ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ,ରବିନ୍ଦ୍ର ସାହୁ, ଚନ୍ଦ୍ରଧ୍ୱଜ ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ବାସିନ୍ଦା ପରିଚାଳନାରେ ସହଯୋଗ କରିଥିଲେ।

Advertisement