Friday, November 20, 2026
ADVERTISEMENT
Home ଆଞ୍ଚଳିକ ମହାନଗର ପୁସ୍ତକ ମେଳା ପ୍ରସ୍ତୁତି ଶେଷ ପ୍ରଯ୍ୟାୟରେ

ମହାନଗର ପୁସ୍ତକ ମେଳା ପ୍ରସ୍ତୁତି ଶେଷ ପ୍ରଯ୍ୟାୟରେ

315
ADVERTISEMENT

ବ୍ରହ୍ମପୁର,୦୩/୧୧ (ଡି.ଏଚ/ଈ.ରଞ୍ଜନ ) : ନଭେମ୍ବର ମାସ 8 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଖଲିକୋଟ କଲେଜ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ହେବାକୁ ଥିବା ମହାନଗର ପୁସ୍ତକ ମେଳା ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ପ୍ରଯାୟରେ ପହଂଚିଛି । ଏହି ଅବସରରେ ସ୍ଥାନୀୟ ଗୈଲୁଣ୍ଡି ଗୋକଣେଶ୍ୱର ପାଠାଗାର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠାନର ସଭାପତି ତଥା କବି ସୁଶାନ୍ତ ଦାସଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଯାଇଛି । ମହାନଗର ପୁସ୍ତକ ମେଳା 2019ରେ ପ୍ରତେକ ସଂଧ୍ୟାରେ ସାହିତ୍ୟ, ସଂସ୍କୃତି ,ଶିକ୍ଷା ଓ ବୈଷୟିକ ଆଲୋଚନାର କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ପ୍ରତ୍ୟେକ ସଂଧ୍ୟାରେ ସଂଗୀତ ଓ ସାଂସ୍କୃତିକ ନୃତ୍ୟର ଆୟୋଜନ କରାଯାଇଛି । ବ୍ରହ୍ମପୁର ନୁପୁର ଅନୁଷ୍ଠାନ, ଗୁରୁ କେଳୁଚରଣ କାଳାତୀର୍ଥ, ଲିଆନା ଗୃପ ଓ ସ୍ଵାତିଶ୍ରୀ ପଣ୍ଡା ଓ ମାନସ ରଞ୍ଜନ ରଥକୁ ଗୃପ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ଥିବାବେଳେ ବହୁ ବିଶିଷ୍ଠ କଣ୍ଠ ଶିଳ୍ପୀମାନେ ସଂଗୀତ ପରିବେଷଣ କରିବେ । ଏଥିରେ ଓଡିଶା ଓ ଓଡିଶା ବାହାରୁ ବହୁ ପ୍ରକାଶକ ପୁସ୍ତକ ବିକ୍ରେତା ଯୋଗଦେବେ ବିଦ୍ୟାପୁରୀ ଅଗ୍ରଦୂତ,ସ୍ଟୁଡେଣ୍ଟ ଷ୍ଟୋର , ରାଧାନାଥ, ସାରଳା, ବିବେକ, ଲୋ ଏଜେନ୍ସି , ସାହିତ୍ୟ ଏକାଡେମୀ, ନବନୀତ ମୁମ୍ବାଇ ଭଳି କ୍ଷତି ସମ୍ପନ୍ନ ପ୍ରକାଶକ ମାନେ ଯୋଗଦେବା ସହ ଶିକ୍ଷା ଅନୁଷ୍ଠାନ, ଧର୍ମ ଅନୁଷ୍ଠାନ କମ୍ପୁଟର ସଂସ୍ଥା ପ୍ରସ୍ତୁତ ଯୋଗଦାନ କରିବେ । ବିଭିନ୍ନ ଦିବସରେ ଶ୍ରୀଯୁକ୍ତ ଗୌର ପଟନାୟକ କବି ଧନଞ୍ଜୟ ସ୍ୱାଇଁ,ରାଜ୍ୟ ବର୍ଦ୍ଧନ ଧଳ ମହାପାତ୍ର,ଚନ୍ଦ୍ର ଶେଖର ହୋତା ,ମୋନଜ ପଟନାୟକ,ଦିଲ୍ଲିପ ବେହେରା , ମଞ୍ଜୁଳା ହୋତା, ସୁଦାମ ବିଷୋୟୀ ସୂଦୀପ ସାହୁ, ଅନୁରାଧା ସାହୁ, ସରୋଜ କୁମାର ନନ୍ଦ, ସୋରଜ ଦାସ , ଡ଼. ପ୍ରଭାତ ମହାପାତ୍ର ପ୍ରମୁଖ ବିଭିନ୍ନ ବିଭାଗ ପାଇଁ ସମ୍ବର୍ଦ୍ଧିତ ହେବେ । ଏହି ସାମ୍ବାଦିକ ସମ୍ମିଳନୀରେ କପିଳ ଚନ୍ଦ୍ର ମହାନ୍ତି , ଅଜିତ କୁମାର ସାବତ,ବାଲ୍ମୀକି ମହାପାତ୍ର, ନିହାର ରଞ୍ଜନ ଦାସ ପ୍ରମୁଖ ମଞ୍ଚାସିନ ଥିଲେ । ନରେଶ କୁମାର ବେହେରା, ସତ୍ୟମ ଆଚାରି, ସୁଧାଂଜଳି ମିଶ୍ର,ସୁବ୍ରତ ଦାସ, କୈଳାସ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ । ଏହି ମହାନଗର ପୁସ୍ତକ ମେଳାରେ ଏକ ସତ ଷ୍ଟଲର ଆୟୋଜନ କରାଯାଇଛି ।

Advertisement