ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଗଜପତି ଜିଲ୍ଲା ପରିଦର୍ଶନ

424
ADVERTISEMENT

ମୋହନା ୦୩/୧୧ (ଡି.ଏଚ/ ମୋହନ ଗୌଡ) : ଗଜପତି ଜିଲ୍ଲା ଲୁହାଗୁଡି ଗ୍ରାମରେ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କୁ ବିପୁଳ ମାତ୍ରାରେ ଜନସାଧାରଣ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନାରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଦାଶରଥୀ ଗମାଙ୍ଗ ଉପସ୍ଥିତ ଥିବା ସହ କଂଗ୍ରେସ ଦଳୀୟ ଅନ୍ୟ କର୍ମକର୍ତା ମଧ୍ୟ ଉପସ୍ଥିତ ଥିଲେ । ଏବଂ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କଂଗ୍ରେସ କାର୍ଯ୍ୟାଳୟଠାରେ ଏକ ଦଳୀୟ ବୈଠକ ଆୟୋଜନ କରାଯାଇଛି । ଏହି ବୈଠକରେ ସ୍ଥାନୀୟ ବିଧାୟକ ଦାଶରଥୀ ଗମାଙ୍ଗ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଓ ଖରିଆଳ ବିଧାୟକ ଅଭିରାଜ ପାଣିଗ୍ରାହୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଗଜପତି ଜିଲ୍ଲାରେ କଂଗ୍ରେସ ସଂଗଠନ କିଭଳି ସଦୃଢ ହୋଇପାରିବ ଏବଂ ଯେଉଁମାନେ କଂଗ୍ରେସ ଦଳଛାଡି ଅନ୍ୟ ଦଳକୁ ଯାଇଛନ୍ତି ପୁନଃର୍ବାର ସେହି ନେତାମାନଙ୍କୁ ଦଳକୁ ଫେରାଇ ଆଣୀବା ବିଷୟରେ ଆଜି ଏହି ବୈଠକରେ ଆଲୋଚନା କରାଯିବା ସହିତ ଗଜପତି ଜିଲ୍ଲାର ଉନ୍ନତି କରଣ ବିଷୟ ମଧ୍ୟ ଆଲୋଚନା କରାଯିବ । ଆଗାମୀ ଦିନରେ ନିର୍ବାଚନ ପାଇଁ ରଣନିତି ପ୍ରସ୍ତୁତ କରିବା ପାଇଁ ଆଲୋଚନା କରାଯିବ ।

Advertisement