Friday, September 25, 2026
ADVERTISEMENT
Home ଆଞ୍ଚଳିକ ବ୍ଲକ ସ୍ତରୀୟ ପରବରେ ବୋରିଗୁମ୍ମା ଦୁଲିକିଲା।

ବ୍ଲକ ସ୍ତରୀୟ ପରବରେ ବୋରିଗୁମ୍ମା ଦୁଲିକିଲା।

289
ADVERTISEMENT
ବୋରିଗୁମ୍ମା,୧/୧୧(ଡି.ଏଚ/ଦୟାନିଧି ପଟ୍ଟନାୟକ): କୋରାପୁଟ ଜିଲ୍ଲାର ଆଦିବାସୀ ସଂସ୍କୃତି ,ଐତିହ୍ୟ ଓ ପରମ୍ପରା ବହନ କରୁଥିବା ବ୍ଲକ ସ୍ତରୀୟ ପରବ–୨୦୧୯ ଧୁମଧାମରେ ପାଳିତ ହୋଇଛି। ବ୍ଲକ ଅଧକ୍ଷା ବିମଳା ଚାଲାଣ ଙ୍କ ସଭାପତିତ୍ୱ ରେ ଆୟୋଜିତ ବ୍ଲକ ସ୍ତରୀୟ ପରବ ସ୍ଥାନୀୟ ଭୈରଵ ମନ୍ଦିର ରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଭୈରଵ ମନ୍ଦିରରେ ପୂଜାର୍ଚ୍ଚନା କରି ମଶାଲ ଜାଳିଥିଲେ। ବ୍ଲକ ବି ଡ଼ି ଓ ପ୍ରଣୟ ରଂଜନ ବେହେରା ,କେ.ନାଗରାଜ ଦୋରା, ଜିଲ୍ଲା ପରିଷଦ ସଭ୍ୟ ଏଲ.ନାରାୟଣ ରାଓ ଓ ଅନ୍ୟ ମାନେ ସମସ୍ତେ ମିଶି ମଶାଲ କୁ ହାତରେ ଧରି ବୋରିଗୁମ୍ମା ସହର ପରିକ୍ରମା କରିଥିଲେ। ଏକ ବିରାଟ ପଟୁଆରରେ ପରବ ମଶାଲ ବାହାରିଥିଲା।

ପରବ ଶୋଭାଯାତ୍ରା ରେ ପାରମ୍ପରିକ ଢ଼େମସା ନୃତ୍ୟ ସହ କଳସ ଯାତ୍ରା କରାଯାଇଥିଲା। ବ୍ଲକ ସ୍ତରୀୟ ପରବ ସାଧାରଣ ଲୋକଙ୍କ ସମେତ ବ୍ଲଜ ର ବିଭିନ୍ନ ବିଭାଗର କର୍ମଚାରୀ ମାନେ ସାମିଲ ହୋଇ ପରବ ର ଖୁସି କୁ ଦ୍ବିଗୁଣିତ କରିଥିଲେ। ପରେ ପରବ ମଶାଲ ବୋରିଗୁମ୍ମା ମିନି ଷ୍ଟାଡିୟମରେ ପହଞ୍ଚିଥିଲା। ପରବ ପଡିଆ ଲାଗିଥିବା ବିଭିନ୍ନ ଷ୍ଟଲ କୁ ମୁଖ୍ୟ ଅତିଥି ବୁଲିଦେଖିଲେ। ପରେ ପରବ ର ଉଦଘାଟନ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସ୍ତାନୀୟ ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି ଯୋଗ ଦେଇଥିଲେ। ତାଙ୍କ ବକ୍ତବ୍ୟ ରେ ସେ କହିଥିଲେ ଯେ କୋରାପୁଟ ଜିଲ୍ଲା ରେ ପରବ ହେଉଛି ଆଦିବାସୀ ଙ୍କ ପ୍ରାଣ। ଏଠିକାର ସଂସ୍କୃତି ବହୁ ପୁରାତନ। କେଉଁ ହଜାର ହଜାର ବର୍ଷ ରୁ ଆଦିବାସୀ ମାନେ ନିଜର ଐତିହ ଓ ପରମ୍ପରା ଉପରେ ବିଶ୍ଵାସ ରଖିଛନ୍ତି।ବ୍ଲକ ଅଧକ୍ଷା ବିମଳା ଚାଲାଣ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଘାଟନ ସଭାରେ ବି ଡ଼ି ଓ ପ୍ରଣୟ ରଂଜନ ବେହେରା, ତହସିଲଦାର ଯୋଗେନ୍ଦ୍ର ମାଝୀ, କେ.ନାଗରାଜ ଦୋରା, ଜିଲ୍ଲା ପରିଷଦ ସଭ୍ୟ ଏଲ.ନାରାୟଣ ରାଓ ,କମୁଲୁ ଯାନୀ, ସି ଡ଼ି ପି ଓ ପ୍ରତିମା ରାଉଳ ପ୍ରମୁଖ ଯୋଗ ଦେଇଥିଲେ।

Advertisement