Saturday, September 26, 2026
ADVERTISEMENT
Home ମନୋରଞ୍ଜନ ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ଦୋଷମୁକ୍ତ

ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ଦୋଷମୁକ୍ତ

322
ADVERTISEMENT

ଯୋଧପୁର, ୧୮/୬(ଏଜେନ୍ସି) : ଅଦାଲତରେ ମିଥ୍ୟା ସତ୍ୟପାଠ ଦାଖଲ ମାମଲାରେ ସ୍ଥାନୀୟ ଅଦାଲତ ସୋମବାର ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୦୬ରେ ରାଜସ୍ଥାନ ସରକାର ତାଙ୍କ ବିରୋଧରେ କରିଥିବା ଆବେଦନକୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଅଙ୍କିତ ରମନ୍‌ ଖାରଜ କରିଦେଇଛନ୍ତି। ୧୯୯୮ରେ ‘ହମ୍‌ ସାଥ୍‌ ସାଥ୍‌ ହେଁ’ ଫିଲ୍ମ ଶୁଟିଂ ବେଳେ କୃଷ୍ଣସାର ମୃଗ ଶିକାର ବେଳେ ପାଖରେ ମାରଣାସ୍ତ୍ର ରଖିଥିଲେ। ଏହାର ଲାଇସେନ୍ସ ରେନ୍ୟୁଆଲ୍‌ କରିବାକୁ ଦିଆଯାଇଥିଲେ ହେଁ ତାହା ହଜିଯାଇଛି ବୋଲି କୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ।

Advertisement