ମୋହନା,୩୦/୧୦(ଡି.ଏଚ/ମୋହନ ଗୌଡ):ମୋହନା ବ୍ଳକ ଅନ୍ତର୍ଗତ ଦୁର୍ଗମ ପଂଚାୟତ ଗୁରୁଝୁଳ ଗ୍ରାମପଂଚାୟତକୁ ବ୍ରହ୍ମପୁର ଲୋକସଭା ସାଂସଦ ମାନ୍ୟବର ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ଗସ୍ତ କରିଥିଲେ । ଗୁରୁଝୁଳି ଗ୍ରାମପଂଚାୟତର ସମସ୍ତ ଜନତା ମାନ୍ୟବର ଲୋକସଭା ସାଂସଦଙ୍କୁ ଗ୍ରାମରେ ପୁଷ୍ପଗୁଚ୍ଛ ଦେଇ ଓ ସାସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରି ସାହି ପରିକ୍ରମା କରାଇଥିଲେ lମାନ୍ୟବର ସାଂସଦ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢା ବିଷୟରେ ପଚାରି ବୁଝିଥିଲେ ଓ ମଧ୍ୟାହ୍ନ ଭୋଜନ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢା ବିଷୟରେ ପଚାରି ବୁଝିଥିଲେ ଓ ରୋଷିୟା ଗୃହକୁ ଯାଇ ଅନୁଧ୍ୟାନ କରିଥିଲେ ।

ବିଦ୍ୟାଳୟର ଶିକ୍ଷକମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ଏହା ସହିତ ନୂତନ ଭାବରେ ଏମ ଜି ଏନ ଆର ଜି ଏସ ଏବଂ ଏସ ଏଫ ସି ବା ଡବ୍ଲୁ ଆଣ୍ଡ ସି ଡି ପାଣ୍ଠିରୁ ୩୫ ଲକ୍ଷ ଟଙ୍କାରୁ ନିର୍ମିତ ଗ୍ରାମ ପଂଚାୟତ କାାର୍ଯ୍ୟାଳୟକୁ ଓ ୭ ଲକ୍ଷ ଟଙ୍କାରେ ଏମ ଜି ଏନ ଆର ଜି ଏସ ପାଣ୍ଠିରୁ ଅଙ୍ଗନବାଡି କେନ୍ଦ୍ର ଗୃୃହକୁ ଉଦ୍ଘାଟନ କରିଥିଲେ । ନୂତନ ଭାବେ ନିର୍ମିତ ହୋଇଥିବା ଗ୍ରାମପଂଚାୟତର କାର୍ଯ୍ୟାଳାୟ ସମ୍ମୁଖରେଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଗୁରୁଝୁଳି ଗ୍ରାମପଂଚାୟତର ସମସ୍ତ ଜନସାଧାରଣ ଯୋାଗଦାନ କରିଥିଲେ ।

ପଂଚାୟତର ଯେଉଁ ସମସ୍ୟା ରହିଛି ସେହି ବିଷୟରେ ଏକ ଲିଖିତ ଆକାରରେ ମାନ୍ୟବର ସାଂସଦଙ୍କୁ ପ୍ରଦାନ କରିଥିଲେ । ବିଶେଷ କରି ଗୁରୁଝୁଳି ଗ୍ରାମପଂଚାୟତରେ ଏକ ସ୍ଥାୟୀ ମେଡିକାଲ ସ୍ଥାପନ କରିବା ପାଇଁ, ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ, ଏକ ପୋଲ ତିଆରି କରିବା ପାଇଁ ମାନ୍ୟବର ସାଂସଦଙ୍କୁ ଗୁହାରି ଜଣାଇଥିଲେ । ସାଂସଦ ମଧ୍ୟ ଯାହା ସବୁ ଅଭିଯୋଗ ଆସିଥିଲା ସେହି ସବୁକୁ ଗ୍ରହଣ କରି ଏହାର ସମାଧାନ କରିବି ବୋଲି କହିଥିଲେ । ଏହି ସବୁ କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶିଧର ଖୋସଲା ପରିଚାଳନା କରିଥିଲେ । ଏବଂ ଜି ପି ଓ ନରସିଂହ ମାଣ୍ଡାଙ୍ଗି, ବ୍ଳକ ଅଧ୍ୟକ୍ଷା ସୁକି ଶବର, ସମିତିସଭ୍ୟା ଲତା ମାଝୀ, ସରପଂଚ ସୁଭାସିନୀ ମାଝୀ, ନାଏକ ସରପଂଚ ପ୍ରଫୁଲ ବେହେର୍ଦଳାଇ, ବ୍ଳକ ଉପାଧ୍ୟକ୍ଷା ବାଲମିନା ଅଧିକାରୀ, ବିଭିନ୍ନ ପଂଚାୟତରୁ ଆସିଥିବା ସରପଂଚ, ୱାର୍ଡ ସଭ୍ୟାସଭ୍ୟ ମାନେ ଏବଂ ବିଜେଡି ବ୍ଳକ ସଭାପତି ରଞ୍ଜି ଶବର, ଜିଲ୍ଲା ବିଜେଡି ଉପସଭାପତି ଦଣ୍ଡାସୀ ସାହୁ ସମେତ ବିଜୁ ଯୁବ ବାହିନୀର ସଂଯୋଜକ ପିଙ୍କୁ କୁମାର ସିଂ ଓ ବଲେନଟେରୀ ଭାଇମାନେ ଓ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ ।

















