Friday, November 20, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ସହରରେ ବିଭିନ୍ନ ପ୍ରାନ୍ତରେ କାଳୀପୂଜା ଅନୁଷ୍ଠିତ ହୋଇଯାଇଛି l

ବ୍ରହ୍ମପୁର ସହରରେ ବିଭିନ୍ନ ପ୍ରାନ୍ତରେ କାଳୀପୂଜା ଅନୁଷ୍ଠିତ ହୋଇଯାଇଛି l

525
ADVERTISEMENT

ବ୍ରହ୍ମପୁର,୩୦/୧୦(ଡି.ଏଚ/ସାହେବ ନାୟକ):ବ୍ରହ୍ମପୁର ରେଶମ ସହରରେ ବିଭିନ୍ନ ପ୍ରାନ୍ତରେ ମାଁ ଦଣ୍ଡକାଳୀ ପୂଜା ଅମାବାସ୍ୟାରୁ ଆରମ୍ଭ ହୋଇ ଦୀର୍ଘ ୭ ଦିନ ପର୍ଯ୍ୟନ୍ତ ମାଁ କାଳୀଙ୍କୁ ବ୍ରହ୍ମପୁର ସହରରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମରେ ଅନୁଷ୍ଠିତ ହୋଇଛିl ନୁଆଁ ବସ ଷ୍ଟାଣ୍ଡ ବ୍ରହ୍ମlନଗର ଦ୍ଵିତୀୟ ଲାଇନ ସ୍ଥିତ ଶ୍ୟାମlକାଳୀ ଠାରେ ବହୁ ଦୂର ଦୂରlନ୍ତରୁ ଆସିଥିବା ଭକ୍ତ ବତ୍ସଳ ବଡ ଆନନ୍ଦରେ ସହ ମାଁ କାଳୀଙ୍କ ଦର୍ଶନ କରି ବଡ ଆନନ୍ଦ ଉପଭୋଗ କରିଥିବା କମିଟି ବୃନ୍ଦ ଓ ସୁନ୍ଦର ଭାବେ ମାଁ ଙ୍କ ପୂଜନ କରୁଥିବା ପଣ୍ଡିତଙ୍କୁ ଦାନ୍ୟବାଦ ଅର୍ପଣ କରିଥିଲେl ଉପସ୍ଥିତ ମୁଖ୍ୟ ପଣ୍ଡିତ ଅଶୋକ କୁମାର ଶତପଥି ପୂଜା ପାଠ କରୁଥିବା ବେଳେ ସହଯୋଗ ରେ ବିଭୁ ନନ୍ଦନ ପଣ୍ଡା ପୂଜା ପାଠ କରିଥିଲେl ଏଥି ସହ ମୁଖ୍ୟକର୍ତ୍ତା ମୋନଜ କୁମାର ବିଷୋୟୀ ଥିବାବେଳେ ଆଜିର କର୍ତ୍ତା ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ସମେତ କମିଟି ମୋନଜ ବିଷୋୟୀ, ଗଣେଷ ପଟ୍ଟନାୟକ, ଅଶୀତ ସାହୁ, ବୁଲା ପଣ୍ଡା ସହ ସମସ୍ତ ସହଯୋଗୀ ଉପସ୍ଥିତିରେ ମାଁ ଙ୍କ ପୂଜା ଅର୍ଚ୍ଚନା ଅନୁଷ୍ଠିତ ହୋଇଥିଲା ଏହା ସହ ଗେଟ ବଜ଼ାର ସ୍ଥିତ ମାଁ ଦକ୍ଷିଣ କାଳୀ ମଣ୍ଡପ ଠାରେ ଅତି ସୁନ୍ଦର ଭାବେ ମଣ୍ଡପ ସଜ୍ଜିତ ଥିବାରୁ ସେଟାରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ଭକ୍ତମାନଙ୍କ ଚହଳ ସୃଷ୍ଟି ହୋଇଥିଲା l ମାଁ ଙ୍କ ବଡ଼ ମୂର୍ତ୍ତିକୁ ଭକ୍ତମାନେ ଏକ ଲୟରେ ଦର୍ଶନ କରିଥିଲେ lଏହି ମାଁ ଙ୍କ ପୂଜା ଦୀର୍ଘ ୬ବର୍ଷ ଧରି ଚାଲୁଅଛି ମାଁ ଆଶ୍ରିବାଦ ହେଲେ ଏହି ପୂଜା ବର୍ଷ ବର୍ଷ ଧରି ଜାରି ରହିବ ବଲି ଉପସ୍ଥିତ କମିଟିର ସୂଚନା ଦେଇଛନ୍ତି lକମିଟିର ସଭାପତି କେ.ରବି, ଉପସଭାପତି ଏମ ରବି କୁମାର, ସୁଶାନ୍ତ କୁମାର ସେଠି, କେ ମହେଶ କେ.ସୁରେଶ ଉପସ୍ଥିତ ଓ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା l

Advertisement