Saturday, November 21, 2026
ADVERTISEMENT
Home ଆଞ୍ଚଳିକ ରାଧାକୃଷ୍ଣ ସାରଦା ସେବା ଆଶ୍ରମ ଅନ୍ତେବାସୀଙ୍କ ଦୀପାବଳି ଉତ୍ସବ l

ରାଧାକୃଷ୍ଣ ସାରଦା ସେବା ଆଶ୍ରମ ଅନ୍ତେବାସୀଙ୍କ ଦୀପାବଳି ଉତ୍ସବ l

446
ADVERTISEMENT

ବ୍ରହ୍ମପୁର,୩୦/୧୦(ଡି.ଏଚ/ସାହେବ ନାୟକ):ସ୍ଥାନୀୟ ଆମ୍ବପୁଆ ଅନାଥ ଅନ୍ତେବାସୀଙ୍କ ଗ୍ରହଣରେ ପବିତ୍ର ଦୀପାବଳି ପାଳନ ହୋଇଥିଲାl ମୁଖ୍ୟ ଅତିଥି ଭାବେ ଛତ୍ରପୁର ଅଧକ୍ଷ ଏସ .ଧନଜୟ ରେଡ୍ଡୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରେଶମ ସହର ପୁସ୍ତକ ମେଳା ସଭାପତି ଗୋପାଳ କୃଷ୍ଣ ଡାକୁଆ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ l ବିଶିଷ୍ଟ ଅତିଥି ଭାବେ ସୁଧୀର ପଟ୍ଟନାୟକ ଯୋଗ ଦେଇଥବା ବେଳେ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ପଟ୍ଟନାୟକ ପିଲାମାନଙ୍କୁ ଆଗାମୀ ଦିନରେ ଦେଶକୁ ଉନ୍ନତି ପଥରେ ଆଗେଇ ନେବାରେ ତୁମର ଭବିଷ୍ୟତକୁ ଏ ଆଶ୍ରମ ଦେଖିବାକୁ ଅପେକ୍ଷା କରିଛି l

ତେଣୁ ନିଷ୍ଠା ଓ ପରିଶ୍ରମ ଦ୍ୱାରା ତାହା ସମ୍ଭବ ହୋଇପାରିବ ବୋଲି ସଭାପତି ଚିତ୍ତରଞ୍ଜନ ପଣ୍ଡା କହିଥିଲେ l ସଂଗ୍ରାମ ସ୍ପୋର୍ଟ୍ସ କ୍ଲବ ଛତ୍ରପୁର, ଯୋଗୀ ରେଡି, ଗିରିଧର ରାଓ, ଅଜୟ ପଣ୍ଡା, ତପନ ନାୟକ, ପ୍ରଭାକର ରାଓ, ସମାପ୍ତି ପଣ୍ଡା, ବିଜୟ କୁମାର ପାଢ଼ୀ, ଆଶ୍ରମ ସମ୍ପାଦକ ପଦ୍ମନାଭ ମହାରଣା ଅତିଥି ପରିଚୟ ଦେଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଛତ୍ରପୁର ଅଧକ୍ଷ ଧନଞ୍ଜୟ ରେଡି ବ୍ୟବହାର ଜିନିଷ ଆଦି ଛାତ୍ରଛାତ୍ରୀ ମାନଙ୍କୁ ବାଣ୍ଟିଥିଲେ l ଶେଷରେ ଅନିଲ କୁମାର ରେଡି ଧନ୍ୟବାଦ ଅର୍ପଣ କରିଥିଲେ l

Advertisement