Friday, November 20, 2026
ADVERTISEMENT
Home ଆଞ୍ଚଳିକ ୧୩ ଖଣ୍ଡ ପିଆଶାଳ କାଠ ଜବତ ୮ଜଣ ଗିରିଫ

୧୩ ଖଣ୍ଡ ପିଆଶାଳ କାଠ ଜବତ ୮ଜଣ ଗିରିଫ

260
ADVERTISEMENT

ପାରଳାଖେମୁଣ୍ଡି,୨୫/୧୦(ଡ଼ି.ଏଚ/ପ୍ରଭାତ ପାତ୍ର ) : ଗଜପତି ଜ଼ିଲ୍ଲା ଅଡବା ପୋଲିସ ଏକ ୪୦୭ ଭ୍ୟାନରେ ଚୋରା ଚାଲାଣ ହେଉଥିବା ୧୩ ଖଣ୍ଡ ପିଆଶାଳ କାଠ ଗଣ୍ଡି ଜବତ କରିବା ସହ ୮ ଜଣ କାଠ ମାଫିଆଙ୍କୁ ଗିରଫ କରିଛି l ଗିରଫ କାଠ ମାଫିଆ ମାନେ ଅଡବା ଅଞ୍ଚଳର l ମଙ୍ଗଳବାର ରାତିରେ ଝିଲିକି -ଗୌଡ଼ଗୋଠ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ପୋଲିସକୁ ଏହି ସଫଳତା ମିଳିଛି l ଉକ୍ତ କାଠଗଣ୍ଡି ଅଡବାରୁ ବଡ଼ଗଡ଼ ଚାଲାଣ ହେଉଥିବା ଜଣାପଡିଛି l ଜବତ କାଠଗଣ୍ଡି ଏବଂ ଗିରଫ ଅଭିଯୁକ୍ତମାନଙ୍କୁ ମୋହନା ବନବିଭାଗକୁ ହସ୍ତାନ୍ତର କରାଯାଇଥିବା ଅଡବା ପୋଲିସ ସୂଚନା ଦେଇଛି l

Advertisement